କେସିଙ୍ଗା: ସିନ୍ଧି କରି ଲାପଟପ ଓ ମୋବାଇଲ ଫୋନ୍ ଚୋରି କରୁଥିବା ଏକ ର୍ୟାକେଟକୁ କେସିଙ୍ଗା ଥାନା ପୁଲିସ ଠାବ କରିଛି। ଚୋରି ଘଟଣା ଅଭିଯୁକ୍ତ କେସିଙ୍ଗା ୱାର୍ଡ ନଂ ୬ ର ପୁରୁଷୋତ୍ତମ ଭୋଇ, ଟିଟିଲାଗଡ଼ ବଛାଜୁମା ଗ୍ରାମର ଜଳନ୍ଧର ଭୋଇ, ଟିଟିଲାଗଡ଼ ଡୁମେରମୁଣ୍ଡାର ଜଗଦୀଶ ଭୋଇ ଏବଂ ଲାପଟପ କିଣିଥିବା କେସିଙ୍ଗା ୯ନମ୍ବର ୱାର୍ଡର ପଦ୍ମକେଶରୀ ତରିଆଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ଦୁଇଟି ଲାପଟପ, ଗୋଟିଏ ହାର୍ଡଡିସ୍କ, ୨୫୫୦ ଟଙ୍କା ନଗଦ ରାଶି, ୩ ଟି ମୋବାଇଲ ଓ ଚୋରି ପାଇଁ ବ୍ୟବହୃତ ହେଉଥିବା ବାଇକ୍କୁ ପୁଲିସ ଜବତ କରିଛି। ପ୍ରକାଶ ଯେ ଗତ ୭ ତାରିଖ ଦିନ ପଲମ ଫାଣ୍ଡି କେନ୍ଦୁ ବାହାଲି ଛକରେ ଥିବା ସୁବାସ ଚନ୍ଦ୍ର ସାହୁଙ୍କ ଦୋକାନରୁ ଏମାନେ ସିନ୍ଧି କରି ଚୋରି କରିଥିଲେ। ଏହି ଘଟଣା ପଲମ ଫାଣ୍ଡିରେ ଅଭିଯୋଗ ହେବା ପରେ କେସିଙ୍ଗା ଥାନା ଅଧିକାରୀ ବାସୁଦେବ ଛତ୍ରୀଙ୍କ ତତ୍ତ୍ୱାବଧାନରେ ଏଏସଆଇ ଅସିତ ପଣ୍ଡା ଓ ଅନ୍ୟମାନେ ଘଟଣାର ତଦନ୍ତ କରୁଥିଲେ।
ଲାପଟପ ଓ ମୋବାଇଲ ଚୋର ର୍ୟାକେଟ ଠାବ:୪ ଗିରଫ, ୨ ଲାପଟପ ଓ ୩ ମୋବାଇଲ ସହ ହାର୍ଡଡିସ୍କ ଜବତ
/sambad/media/post_attachments/wp-content/uploads/2018/04/kld14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)