ନିମ୍ନମାନର ଡ୍ରେନ୍‌ କାମ : ନିର୍ମାଣର ୨୪ ଘଣ୍ଟା ନପୂରୁଣୁ ଭାଙ୍ଗିଗଲା

ଜୁନାଗଡ଼: ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଲଧିଆମାଲ ଠାରେ ନିମ୍ନ ମାନର ଡ୍ରେନ ନିର୍ମାଣ ଯୋଗୁଁ କାମ ଆରମ୍ଭ ୨୪ ଘଣ୍ଟା ନ ପୁରୁଣୁ ଡ୍ରେନ ଭାଙ୍ଗିଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କାମ ଏଆରସସ କମ୍ପାନି କରୁଛି। ଉକ୍ତ କମ୍ପାନି ବିଭିନ୍ନ ଠିକାଦାର ମାନଙ୍କୁ ପେଟିରେ ଡ୍ରେନ ନିର୍ମାଣ କାମ ପ୍ରଦାନ କରିଛନ୍ତି। ତେବେ ଠିକ୍ ଭା‌ବେ ହେଉ ନଥିବାରୁ ଆରମ୍ଭରୁ ଭାଙ୍ଗି ଯାଉଥିବା ଅଭିଯୋଗ ହେଉଛି। ଏଆରଏସଏସ କମ୍ପାନି କାମ ଦେଇ ତଦାରଖ କରୁନଥିବା ଯୋଗୁଁ ପେଟି ଠିକାଦାର ମାନେ ମନଇଚ୍ଛା କାମ କରୁଛନ୍ତି। ନିମ୍ନ ମାନର କାମ କରାଯାଉଥିବାରୁ ଡେନର ଭବିଷ୍ୟତ ନେଇ ଚର୍ଚ୍ଚାର‌ ଜୋର ଧରିଛି। ଏ ନେଇ ଗ୍ରାମବାସୀ ଏଆରଏସଏସ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିବାରୁ ଡ୍ରେନ ଭାଙ୍ଗି ଯାଉଥିବା ନେଇ ଆମ ପାଖରେ ଖବର ଅଛି, ଆସନ୍ତା କାଲି ମରାମତି କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର