ଦେଶୀ ମଦ ଜବତ, ୪ ଗିରଫ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପ୍ରତାପପୁର ଗାଁରେ ଶୁକ୍ରବାର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଥିଲା। ଏହି ସମୟରେ ଗାଁ ନିକଟସ୍ଥ ନାଳରେ ମଦ ରାନ୍ଧୁଥିବା ବେଳେ କାନ୍ଦ୍ରା ହରିଜନ, ଚକ୍ର ମାଝୀ, ରଞ୍ଜିତ ମାଝୀ, ଧର୍ମେନ୍ଦ୍ର ମାଝୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଜିଲ୍ଲା ଅବକାରୀ ଅଧୀକ୍ଷକ ବିଶ୍ୱନାଥ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଇନ୍‌ସପେକ୍ଟର ସଂଘମିତ୍ରା ପ୍ରଧାନ, କେସିଙ୍ଗା ଓ ଲାଞ୍ଜିଗଡ ଅଞ୍ଚଳ ଦାୟିତ୍ୱରେ ଥିବା ଅବକାରୀ ଏସ୍‌ଆଇ ହୀରାବତୀ ଥାଟି, ସଦର ବ୍ଲକ ମୋବାଇଲ ସ୍କ୍ଵାଡ୍‌ ଦାୟିତ୍ୱରେ ଥିବା ଅବକାରୀ ସବ ଇନ୍‌ସପେକ୍ଟର ଦିଲ୍ଲୀପ ରଥ, ଏଏସ୍‌ଆଇ ସୁମିତ୍ରା ବିଶି, ମାନସ ମୁଣ୍ଡାଙ୍କ ସହିତ କନ୍‌ଷ୍ଟେବଲ୍‌ ବଳଭଦ୍ର ପାତ୍ର, ଚୈତନ୍ୟ ମହାପାତ୍ର, ଲାଞ୍ଜିଗଡ ଥାନା ଏସ୍‌ଆଇ ବ୍ରଜ କିଶୋର ଦୁରିଆ, ଏଏସ୍‌ଆଇ ପରମେଶ୍ୱର ନାଗଙ୍କ ସମେତ ଆଇଆର୍‌ବି ଯବାନ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର