ପ୍ରେମିକ ଓ ପ୍ରେମିକାଙ୍କ ଶବ ଉଦ୍ଧାର; ହତ୍ୟା କି, ଆତ୍ମହତ୍ୟା ଜାଣିବାକୁ ତଦନ୍ତ ଆରମ୍ଭ କଲା ପୁଲିସ

କୋକସରା: ଶୁକ୍ରବାର ସକାଳେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ୍‌ ଆମପାଣି ଥାନା ଡୁଡୁଠେଙ୍ଗା ଗ୍ରାମ ନିକଟବର୍ତ୍ତୀ ବିଲରେ ଜଣେ ପ୍ରେମିକ ଓ ତାଙ୍କ ପ୍ରେମିକାଙ୍କ ଶବ ଲୋକେ ଦେଖିଛନ୍ତି।

ମୃତ ପ୍ରେମିକ ହେଉଛନ୍ତି ଡୁଡୁକାଠେଙ୍ଗା ଗ୍ରାମର ପୁରସ୍ତମ ଲହଜଲଙ୍କ ପୁଅ ନିରଞ୍ଜନ। ଗାଁ ପାଖର ଗୋଟାଏ ଅଁଳାଗଛରେ ନିରଞ୍ଜନଙ୍କ ଶବ ଝୁଲିଥିବା ଏବଂ ବିଲ ହୁଡ଼ା ପାଖରେ ନାବାଳିକାର ଶବ ଲୋକେ ସକାଳେ ଦେଖିଥିଲେ।

ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଗ୍ରାମବାସୀମାନେ କହୁଛନ୍ତି- ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ଘଟଣା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ସମ୍ପର୍କକୁ ବିରୋଧ କରାଯାଉଥିଲା।

ସେହି ଗ୍ରାମର ତ୍ରିନାଥ ପୁଝାରୀଙ୍କ ନାବାଳିକ ଝିଅ ସହ ନିରଞ୍ଜନଙ୍କର ପ୍ରେମ ସମ୍ପର୍କ ଥିବା କଥା କୁହାଯାଉଛି।

ଖବର ପାଇ ଆମପାଣି ପୁଲିସ ଘଟଣାସ୍ଥଳରୁ ଶବ ଦୁଇଟି ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର