କଳାହାଣ୍ଡି ଓକିଲ ସଂଘ ନିର୍ବାଚନ : ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସବୁ ପ୍ରାର୍ଥୀ, ଡିସେମ୍ବର ୧୨ରେ ଆନୁଷ୍ଠାନିକ ଘୋଷଣା

ଭବାନୀପାଟଣା :  ଭବାନୀପାଟଣା କଳାହାଣ୍ଡି ବାର ଏସୋସିଏସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । କୌଣସି ପ୍ରତିଦ୍ୱନ୍ଦୀ ନ ଥିବା ଯୋଗୁଁ ନିର୍ଦ୍ୱନ୍ଦରେ ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି । ସଭାପତି ନାରାୟଣ ପ୍ରସାଦ ପଟ୍ଟନାୟକ, ଉପସଭାପତି ଅନୁପ କୁମାର ଜେନା, ସାଧାରଣ ସମ୍ପାଦକ ବଟକୃଷ୍ଣ ଆଚାର୍ଯ୍ୟ, ସହ ସମ୍ପାଦକ ଯଶୋବନ୍ତ ନାଏକ, କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ସାହୁ, କାର୍ଯ୍ୟକାରୀ ସଦସ୍ୟ ସୁଧୀର କୁମାର ପଣ୍ଡା, ଶୈଳେଶ କୁମାର ବେହେରା, ପ୍ରଶାନ୍ତ କୁମାର ବାରିକ, ମାନସ ରଞ୍ଜନ ମହାନ୍ତି, କୁନାଲ କୁମାର ବେହେରା, ଭବାନୀ ଶଙ୍କର ସାହୁ ପ୍ରମୁଖ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି । ଲୋକନାଥ ନାୟକଙ୍କ ନାମାନଙ୍କରେ ପ୍ରତିଦ୍ୱନ୍ଦିତା କରୁଥିବା ପଦଵୀର ନାମଉଲ୍ଲେଖ କରିନଥିବା ଯୋଗୁଁ ପ୍ରାର୍ଥୀପତ୍ର ନାକଚ ହୋଇଥିବା ନିର୍ବାଚନ ଅଧିକାରୀ କ୍ଷୀରୋଦ ପ୍ରସାଦ ନେଗୀ ସୂଚନା ଦେଇଛନ୍ତି । ଆସନ୍ତା ଡିସେମ୍ବର ୧୨ ତାରିଖରେ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ । ସେହିଭଳି ମଦନପୁର ରାମପୁର ବାର ଏସୋସିଏସନ ର ସଭାପତି ଭାବରେ ଜୟ କୁମାର ସିଂହଦେଓ, ସମ୍ପାଦକ ଯତୀନ କୁମାର ସାହୁ, ସହ ସମ୍ପାଦକ ଆଶୀଷ କୁମାର ମିଶ୍ର ଓ କୋଷାଧ୍ୟକ୍ଷ ଭାବରେ ପ୍ରଶାନ୍ତ କୁମାର ପଣ୍ଡା ନିର୍ବାଚିତ ହୋଇଛନ୍ତି । ଉପସଭାପତି ନିମନ୍ତେ କୌଣସି ପ୍ରାର୍ଥୀ  ଥିବା ଯୋଗୁଁ ପଦବୀ ଖାଲି ପଡ଼ିଛି । ନିର୍ବାଚନ ଅଧିକାରୀ ଭାବରେ ବିରଞ୍ଚି ନାରାୟଣ ଶତପଥୀ ଦାୟିତ୍ୱ ତୁଲାଇଥିଲେ ।

ସମ୍ବନ୍ଧିତ ଖବର