କଳାହାଣ୍ଡି ରାଜା ଉଦିତ ପ୍ରତାପ ଦେଓଙ୍କ ପରଲୋକ

କଳାହାଣ୍ଡି: କଳାହାଣ୍ଡିର ରାଜା ଉଦିତ ପ୍ରତାପ ଦେଓଙ୍କର ସୋମବାର ସଂଧ୍ୟାରେ ୭୧ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ତଳୁ ସେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଏକ ବେସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।

ହସ୍ପିଟାଲ୍‌ ପକ୍ଷରୁ ଜାଣିବାକୁ ମିଳିଛି ଯେ ୪ ଦିନ ପୂର୍ବରୁ ସେ ଅସୁସ୍ଥ ହେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସୋମବାର ଅପରାହ୍ନ ୫.୪୫ରେ ତାଙ୍କର ମୃତ୍ୟୁ ଘଟିଛି।

odishasuntimes.com

୨୦୦୧ ମସିହାରେ ଉଦିତ ପ୍ରତାପ ଦେଓଙ୍କର ରାଜ୍ୟାଭିଷେକ ହୋଇଥିଲା। ସେ କଳାହାଣ୍ଡି ୩୨ତମ ରାଜା ହୋଇ ଥିଲେ।

ସେ ୧୯୭୪ ମସିହାରେ ଜୁନାଗଡ଼ରୁ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସ୍ୱତନ୍ତ୍ର ପାର୍ଟିରୁ ନିର୍ବାଚନ ଲଢ଼ି ଉଦିତ ପ୍ରତାପ ଦେଓ ବିଜୟୀ ହୋଇଥିଲେ।

୨୦୧୪ ମସିହାରେ ତାଙ୍କ ପତ୍ନୀ ପଦ୍ମା ମଞ୍ଜରୀ ଦେବୀଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର