ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ଆଗକୁ ନିର୍ବାଚନ ଥିବା ଯୋଗୁ ଜୁନାଗଡ଼ ବିଜେପି ପକ୍ଷରୁ ମମିତା ମେହେର ନ୍ୟାୟ ଯାତ୍ରା ଜୁନାଗଡ଼ ବିଧାନସଭା ଅଞ୍ଚଳରେ ପ୍ରତି ପଞ୍ଚାୟତକୁ ପହଞ୍ଚିବ। ଏହି ଯାତ୍ରା ବେଳେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ଼ ବିଧାୟକ ସମ୍ପୃକ୍ତି ଥିବା ବିଜେପି ଅଭିଯୋଗ କରିଛି।
ଜୁନାଗଡ଼ ବିଜେପି ପକ୍ଷରୁ ପୂର୍ଵ ବ୍ଲକ ଅଧ୍ୟକ୍ଷ ମନୋଜ ମେହେରଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୁର୍ବତନ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଜାତୀୟ ଯୁବ କାର୍ଯ୍ୟକାରିଣୀ ସଦସ୍ୟ ଦୀପ ଜ୍ୟୋତି ମୁଣ୍ଡ, ଜୁନାଗଡ଼ ଏନ ଏ ସି ନଗରପାଳ ମୂକେଶ ଅଗ୍ରୱାଲ, ପୂର୍ଵ ବ୍ଲକ ଅଧ୍ୟକ୍ଷ କାଳି ପ୍ରସାଦ ରାୟଗୁରୁ, ସମିତି ସଭ୍ୟା କାଞ୍ଚନ ବାଗ, ଏନ ଏ ସି ପ୍ରଭାରୀ ଲକ୍ଷ୍ମୀ ବାଣୁଆ, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଟଙ୍କଧର ନାୟକ, ଆଟିଗା ମଣ୍ଡଳ ସଭାପତି ଭବାନୀ ଠାକୁର, ଭାଗ୍ୟବାନ ବାଗ, ଲଳିତ ପ୍ରଧାନ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ପରେ ଲଙ୍କେଶ୍ୱରୀ ମନ୍ଦିର ଯାଇ ମମିତା ମେହେର ନ୍ୟାୟ ଯାତ୍ରା ରଥର ପୂଜାର୍ଚ୍ଚନା କରିଥିଲେ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଥିବା ଯୋଗୁ ଆସନ୍ତା ଜାନୁଆରୀ ୫ତାରିଖରୁ ଏହି ରଥ ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକର ସମସ୍ତ ପଞ୍ଚାୟତ ରେ ପହଞ୍ଚିବ ବୋଲି ନିଷ୍ପତ୍ତି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/77b43f4c-e83d-480e-adb3-7796c7c2a5df.jpeg)