ଧର୍ମଗଡ଼ : କିଛି ଦିନର ନିରବତା ପରେ ପୁଣି କଳା ପଲସର ଆତଙ୍କ ଆରମ୍ଭ ହୋଇଛି ଧର୍ମଗଡ଼ରେ। ଗୁରୁବାର କପଡ଼ା ବ୍ୟବସାୟୀ ହରେକୃଷ୍ଣ ମେହେର ନିଜ ଘରୁ ୧ ଲକ୍ଷ ୭୦ ହଜାର ଟଙ୍କା ଧରି ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଶାଖାକୁ ଜମା କରିବା ପାଇ ଯାଇଥିଲେ। ହେଲେ ବ୍ୟାଙ୍କରେ ଭିଡ଼ ଥିବାରୁ ସେ ଟଙ୍କା ଜମା ନ କରି ଘରକୁ ଫେରିଥିଲେ। ଘର ସାମ୍ନାରେ ସ୍କୁଟି ରଖି ଡିକି ଖୋଲି ଟଙ୍କା ବ୍ୟାଗ ହାତରେ ଧରି ଡିକି ଲକ କରୁଥିବା ଅବସ୍ଥାରେ ସହର ପଟୁ ଏକ କଳା ପଲସରରେ ୨ଜଣ ବ୍ୟକ୍ତି ଆସି ତାଙ୍କ ହାତରୁ ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଦ୍ରୁତ ବେଗରେ ଫେରାର୍ ହୋଇଯାଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଏ ସଂପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ପୁଲିସ ଅଧିକାରୀ ସଂଜୟ ମଲ୍ଲିକଙ୍କଠାରୁ ପ୍ରକାଶ।
ପୁଣି କଳା ପଲସର ଆତଙ୍କ : ପବନ ବେଗରେ ଆସି ଝାମ୍ପି ନେଲେ ୧ଲକ୍ଷ ୭୦ ହଜାର
/sambad/media/post_attachments/wp-content/uploads/2018/01/loot-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)