ମ.ରାମପୁର: କଳାହାଣ୍ଡି ଜିଲ୍ଲାର ମ.ରାମପୁରରେ ଲାଲବାହିନୀ ସକ୍ରିୟ ହେବାରେ ଲାଗିଛନ୍ତି। ଗତ କିଛିଦିନ ତଳେ ସାମ୍ବାଦିକ ରୋହିତ ବିଶ୍ଵାଳ ଲ୍ୟାଣ୍ଡ ମାଇନ ବିସ୍ପୋରଣର ଶିକାର ହୋଇଥିଲେ। ଅଳ୍ପ ଦିନର ବ୍ୟବଧାନ ପରେ ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମ.ରାମପୁରରୁ ରିଶିଡା ଯାଇଥିବା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରେ ଅବସ୍ଥିତ ଶ୍ରୀ ଏଜୁକସନ୍ ଶିକ୍ଷା ସଂସ୍ଥାନ ପରେ ନୁନପୁର ଛକ ନିକଟ ଏକ ଗଛରେ ପୋଷ୍ଟର ଦେଖିବାକୁ ମିଳିଛି।

Advertisment

ଏଥିରେ ଶ୍ରୀ ଏଜୁକେସନ୍ ଶିକ୍ଷା ସଂସ୍ଥାନରେ ଝିଅମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଦର୍ଶାଇ ଏହି ବିଷୟରେ କାହାକୁ କହିଲେ ମାରି ଦିଆଯିବ ବୋଲି ଧମକ ଦିଆଯାଉଛି। ଏହି ବିଷୟରେ ସରକାର ଦଶ ଦିନ ଭିତରେ ପଦକ୍ଷେପ ନିଅନ୍ତୁ। ନ ହେଲେ ଆମେ ପଦକ୍ଷେପ ନେବୁ ଏବଂ ଜଣାଇ ଦେବୁ ଯେ ସେମାନେ କଣ ଭୁଲ କରୁଛନ୍ତି। ଝିଅମାନଙ୍କୁ ସୁରକ୍ଷା ଦିଆଯାଉ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ହୋଇଥିବା ଜଣାଯାଇଛି। ଲାଲ ବାହିନୀ ମାରିଥିବା ପୋଷ୍ଟର ଯୋଗୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।