କନ୍ଧମାଳ: ମାଲିପଡ଼ାରୁ ନିଖୋଜ ନାବାଳିକା କଳାହାଣ୍ଡିରୁ ଉଦ୍ଧାର

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ମାଲିପଡା ଅଞ୍ଚଳରୁ ନିଖୋଜ ନାବାଳିକା କଳାହାଣ୍ଡି ଜିଲ୍ଲାର ରାମପୁର ନିକଟସ୍ଥ ଗୁଣ୍ଡୁରୁପି ଗ୍ରାମରୁ ଉଦ୍ଧାର ହୋଇଛି। ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ସୋମବାର ଏହି ସୂଚନା ଦେଇଛନ୍ତି। ପୁଲିସର ସୂଚନା ମୁତାବକ ନାବାଳିକା ତାର ବଡ଼ ଭଉଣୀର ଦେହ ଖରାପ ଥିବାରୁ ତାକୁ ଦେଖିବାକୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲା ଓ ପରେ ସେଠାରୁ ମିଠା ଆଣିବାକୁ ସ୍ଥାନୀୟ ଆମ୍ବେଦକର ଛକକୁ ଯାଇ ଆଉ ଫେରି ନଥିଲା।

ଏନେଇ ନାବାଳିକାର ବାପା ତୁମୁଡିବନ୍ଧ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ତୁମୁଡିବନ୍ଧ ଥାନାରେ କେଶ ନମ୍ବର ୩/୨୦୧୯ ପ୍ରକାରେ ମାମଲା ରୁଜୁ କରିଥିଲା। ତୁମୁଡିବନ୍ଧ ପୁଲିସ ଆଜି କୌଣସି ମତେ ଖବର ପାଇ କଳାହାଣ୍ଡିରେ ପହଂଚିଥିଲା। ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ, ତ୍ରିଲୋଚନ ପ୍ରଧାନ, ମହିଳା କନଷ୍ଟେବଳ ନମିତା ଘୋଟାଲ ପ୍ରମୁଖ ଗୁଣ୍ଡୁରୁପି ଠାରୁ ନିଖୋଜ ନାବାଳିକାକୁ ଉଦ୍ଧାର କରି ଫୁଲବାଣୀ ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟକୁ ଆଣିଛନ୍ତି। ତୁମୁଡିବନ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି ଯେ, ଉକ୍ତ ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧିତ ଖବର