ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅମଠାଗୁଡା ଗ୍ରାମର ଶ୍ରମିକ ନରେନ୍ଦ୍ର ମାଝୀ (୨୯) କେରଳ ରାଜ୍ୟ କନ୍ନୁର ଜିଲ୍ଲା ଛେରୁପରମ୍ବାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଗତ ଅକ୍ଟୋବର ୧୩ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ କେରଳ ରାଜ୍ୟ ଶ୍ରମ ଆୟୁକ୍ତ, କନ୍ନୁର ଜିଲ୍ଲାପାଳ ଏବଂ ଏସ୍ପିଙ୍କଠାରୁ ଜାତୀୟ ମାନବାଧିକାର କମିସନ ରିପୋର୍ଟ ତଲବ କରିଛନ୍ତି। ଆଜି ୧୫ ନଭେମ୍ବରରେ ଏହି ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଏହି ୩ ଅଧିକାରୀଙ୍କୁ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ଅମଠାଗୁଡ଼ା ଗ୍ରାମର ନରେନ୍ଦ୍ର ମାଝୀ, ଛେରୁପରମ୍ବାରେ ଥିବା ଶକ୍ତି ଷ୍ଟୋନ କ୍ରସରରେ ଶ୍ରମିକ ଭାବରେ କାମ କରୁଥିଲେ। ସେଠାରେ ତାଙ୍କ ଉପରେ ପଥର ଖସି ପଡିବା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପେରିୟାରମ ମେଡିକାଲ କଲେଜରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କଠାରୁ ଖବରପାଇ ମାନବାଧିକାର କର୍ମୀ ଦିଲୀପ ଦାସ, ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ଦାଖଲ କରି ନରେନ୍ଦ୍ରଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିବା ସହିତ ଶକ୍ତି ଷ୍ଟୋନ କ୍ରସର ମାଲିକ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ।
ଦାଦନ ଶ୍ରମିକ ନରେନ୍ଦ୍ର ମାଝୀ ମୃତ୍ୟୁ ଘଟଣା: କେରଳ ଶ୍ରମ ଆୟୁକ୍ତଙ୍କୁ ଜବାବ ମାଗିଲେ ଏନ୍ଏଚ୍ଆର୍ସି
/sambad/media/post_attachments/wp-content/uploads/2023/11/Untitled-63.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)