କଳାହାଣ୍ଡି: ମାମୁଁ ଗୁଳିରେ ଭଣଜାର ମୃତ୍ୟୁ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ବିଶ୍ୱନାଥପୁର ଥାନା ମୁକୁନ୍ଦପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାମୁଁର ଗୁଳିମାଡରେ ଭଣଜାର ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳବାସୀଙ୍କ ଛାତି ଥରାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ ମୁକୁନ୍ଦପୁର ଗାଁରେ କ୍ଷେତ୍ର ମାଝୀ (୨୮) ଓ ତାଙ୍କ ମାମୁଁ ଟେକରି ମାଝୀ (୫୫) ଶନିବାର ରାତି ଏକ ଦେଶୀ ବନ୍ଧୁକ ନେଇ ଶିକାର କରିବାକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ମାମୁଁ ଟେକାରୀର ଗୁଳିମାଡରେ ଭଣଜା କ୍ଷେତ୍ରର ମୃତ୍ୟୁ ଘଟିଥିଲା। କ୍ଷେତ୍ରର ଛାତି ଓ ପେଟ ପାଖରେ ଦୁଇଟି ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ବିଶ୍ୱନାଥପୁର ପୁଲିସ ପାଖରେ ଖବର ପହଁଚିବାରୁ ଥାନା ଅଧିକାରୀ କାହ୍ନଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଗାଁକୁ ଯାଇ ଶବ ଜବତ କରିବା ସହ ବେବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ସେହିପରି ଅଭିଯୁକ୍ତ ମାମୁଁଙ୍କୁ ଥାନାକୁ ଆଣି ପୁଲିସ ପଚରା ଉଚରା କରୁଥିବା ବେଳେ ଅଜାଣତରେ କିମ୍ବା ଜାଣିକାରୀ ଗୁଳି କରାଯାଇଛି ସେନେଇ ତଦନ୍ତ ଚାଳିଛି ବୋଲି ଥାନାଧିକାରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର