ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଜଗନ୍ନାଥପୁର ଗ୍ରାମରେ ଜଣେ ନବ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହେବା ଓ ପରିବାର ପକ୍ଷରୁ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଥିବା ଜଣାଯାଇଛି।
କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଉଲିକୁପା ଗ୍ରାମର ଦୁର୍ମିଲା ଶବର(୨୨) ଗତ ଫେବ୍ରୁଆରି ୨୦ ତାରିଖରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଜିତେନ୍ଦ୍ର ଶବରଙ୍କୁ ବିବାହ କରିଥିଲେ। ବୁଧବାର ଦୁର୍ମିଲା ହଠାତ୍ ଗୁରୁତର ହେବା ପରେ ପରିବାର ଲୋକେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାକୁ ଆଣିବା ବାଟରେ ମୃତ୍ୟୁ ଘଟିଥିଲା। ଏନେଇ ଦୁର୍ମିଲାଙ୍କ ବାପ ଘର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ କରି ଭବାନୀପାଟଣା ସଦର ଥାନାରେ ଏତଲା ଦେଇଥିଲେ। ଏସ୍ଆଇ ଥବିର ବରିହା ଶବକୁ ଜବତ କରି ଶବ ଗୃହରେ ରଖାଯାଇଛି। ଗୁରୁବାର ଶବ ବ୍ୟବଛେଦ କରି ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି କହିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଜିତେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ
ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
/sambad/media/post_attachments/wp-content/uploads/2018/07/bride-of-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)