ପାନୀୟ ଜଳ ଯୋଗାଣ ଦାବିରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ମହିଳା

କୋକସରା: ପାନୀୟ ଜଳ ଯୋଗାଣ ଦାବିରେ ଶତାଧିକ ମହିଳା ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବାର ଖବର ମିଳିଛି। ସେମାନେ ଗରା ଓ ମାଠିଆ ଧରି ରାସ୍ତା ଅବରୋଧ କରିଛନ୍ତି।

 

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ପଞ୍ଚାୟତର ସଦର କୋକସରା ଗ୍ରାମରେ ଆଜିକୁ ୧୫ ଦିନ ହେବ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏହାଫଳରେ ଅସହ୍ୟ ଖରାରେ ପାଣି ପାଇଁ ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରପଞ୍ଚଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆଜି ଗ୍ରାମର ମହିଳାଙ୍କ ସମେତ ଗ୍ରାମବାସୀମାନେ ଜାତୀୟ ରାଜପଥ-୨୬କୁ ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି। ଏହାଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଏଣେ ଘଟଣାସ୍ଥଳରେ ସରପଞ୍ଚ ଓ ଜିପିଓଙ୍କ ସମେତ କୋକସରା ପୁଲିସ ପହଞ୍ଚି ଆନ୍ଦୋଳନରତ ମହିଳା ଓ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ରିପୋର୍ଟ ପ୍ରସ୍ତୁତ ହେବା ସୁଦ୍ଧା କୌଣସି ସମାଧାନ ହୋଇନାହିଁ।

ସମ୍ବନ୍ଧିତ ଖବର