ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ହେଲେ ମଧ୍ୟ ମଣ୍ଡି ଖୋଲିଲାଣି। ହେଲେ ଧର୍ମଗଡ଼ ବ୍ଲକ୍ର ଅନେକ ସ୍ଥାନରେ ମଣ୍ଡି ଖୋଲି ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି। ଫଳରେ ଚାଷୀ ମାନଙ୍କ ଚିନ୍ତା ବଢିବାରେ ଲାଗିଛି। ଏହି ବ୍ଲକ୍ର ନନ୍ଦଗାଁ, ବୋଡେ଼ନ, ତାରାପୁର, କାଙ୍କେରି, ପର୍ଲା, ଖଇରପଦର, ବସୁଲ ଓ ଧର୍ମଗଡ଼ ଠାରେ ମଣ୍ଡି ଖୋଲିବା ଲାଗି କୁହାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲିପାରି ନାହିଁ। ଫଳରେ ଦଲାଲମାନେ କମ୍ ଦରରେ ଚାଷୀଙ୍କ ଠାରୁ ଧାନ କିଣି ଛତିଶଗଡ଼କୁ ଚାଲାଣ କରୁଛନ୍ତି। ଧର୍ମଗଡ଼ ଜଗନ୍ନାଥ ମନ୍ଦିରପଡ଼ା, ବଗାଡ଼, ଚିଲିଚିଲା, ବ୍ରାହ୍ମଣଛେଣ୍ଡିଆ, ରାଉରାହଳଦୀ, ସର୍ଦାପୁର, କାଂକେରି ଓ ସନ୍ଧିକୁଲିହାରି ଗ୍ରାମରେ ବେପାରୀମାନେ କିଛିଦିନ ହେଲା ଧାନ ଗଚ୍ଛିତ ରଖିଥିଲେ ମଧ୍ୟ ପୁଲିସ ନ ଜାଣିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମଣ୍ଡି ଖୋଲିବା ବିଳମ୍ବ ହେଉଥିବାରୁ ଦଲାଲମାନେ ମାଲାମାଲା ହେଉଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ମଣ୍ଡି ଖୋଲିବା ଦିଗରେ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି। ଏନେଇ ସହକାରୀ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସଙ୍କୁ ପଚରାଯିବାରୁ ଖଇରପଦର ଓ ନନ୍ଦଗାଁ ମଣ୍ଡିରୁ ପ୍ରାୟ ୧୫୦ କୁଇଣ୍ଟାଲ ଧାନ ଗୁରୁବାର ଉଠାଣ ହୋଇଛି, ଅନ୍ୟ ମଣ୍ଡିଗୁଡ଼ିକରେ ଚାଷୀଙ୍କୁ ଟୋକନ ଦିଆଯାଉଛି ବୋଲି ସେ କହିଥିଲେ।
ଖୋଲୁନି ମଣ୍ଡି,ଚିନ୍ତାରେ ଚାଷୀ
/sambad/media/post_attachments/wp-content/uploads/2019/05/kld.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)