ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମୁଖ୍ୟ ଡାକ୍ତରଖାନା ନିକଟସ୍ଥ ପୁରୁଣାପଡା ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହରସ୍ଥିତ ପୋଖରୀ ରେ ଏକ ବୃଦ୍ଧଙ୍କ ମୃତ ଶରୀର ଭାସୁଥିବା ନେଇ ଲୋକେ ଟାଉନଥାନାକୁ ଖବର ଦେଇଥିଲେ । ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏହାପରେ ଦମକଳ ବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରାଯିବା ସହ ପୋଖରୀରେ ମାଛ ଧରିବା ପାଇଁ ବିଛାଯାଇଥିବା ଜାଲରେ ଛନ୍ଦି ହୋଇଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ତଦନ୍ତ ପରେ ପରିବାର ଲୋକେ ମୃତବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ମୃତ ବ୍ୟକ୍ତି ଭୋଇଗୁଡା ଗ୍ରାମର ବିଜୟ ମହାରଣା ଓ ତାଙ୍କ ବୟସ ପ୍ରାୟ ୫୦ବର୍ଷ ହେବ ବୋଲି ଜଣା ପଡିଥିଲା ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ବିଜୟ ଗତ ଶନିବାର ରାତିରୁ ନିଖୋଜ ଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଆଜି ସକାଳେ ପୋଖରୀ ରେ ତାଙ୍କ ଶବ ଭାସୁଥିବା ନେଇ ଖବର ପାଇଥିଲେ । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥିଲେ । ପରେ ଶବ ବ୍ୟବଚ୍ଛେଦ କରି ପରିବାର ଵର୍ଗଙ୍କୁ ହସ୍ତାନ୍ତର କରିଥିଲେ ।

ସମ୍ବନ୍ଧିତ ଖବର