ବାଇକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ଜଣେ ଗୁରୁତର

ଭବାନୀପାଟଣା: ନୂଆପଡା ଜିଲ୍ଲାର ଖଡିଆଳ- କଳାହାଣ୍ଡି ଜିଲ୍ଲାର ଭାବନୀପାଟଣା ମୁଖ୍ୟ ରାଜ ରାସ୍ତା ଚାନ୍ଦେଳ ଗ୍ରାମଠାରେ ଟ୍ରକ ଚାପାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ କଲମପୁର ଅଞ୍ଚଳର ଗୁଡା ଗାଁ ଗଜାନନ୍ଦ ପାତ୍ର। ଗୁରୁତର ଜଣକ ମଦନ ଦଣ୍ଡସେନା ବୋଲି ଜଣାପଡିଛି। ବାଇକ ଆରୋହୀ କଲମପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଆନ୍ଧ୍ର ଟ୍ରକ ଚାପାରେ ଚାନ୍ଦେଳ ଗ୍ରାମଠାରେ ମୃତ୍ୟୁର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଖଡିଆଳ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ଉତ୍ତେଜେନା ପରିସ୍ଥିତି ସୃଷ୍ଟି ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଖଡିଆଳ – ଭବାନୀପାଟଣା ରାସ୍ତା ଗାଡି ଚଳାଚଳ ଠପ ହୋଇଛି।

ସମ୍ବନ୍ଧିତ ଖବର