ଭବାନୀପାଟଣା: ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପକ୍ଷରୁ ମଙ୍ଗଳବାର ଭବାନୀପାଟଣା ସହରସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି। ସକାଳୁ ଏହି ଧାରଣା ଦିଆଯାଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ କୌଣସି ଶିକ୍ଷକ ଖାତା ଦେଖିବାକୁ ଆସି ନଥିଲେ। ଘଟଣାସ୍ଥଳରୁ ୩୪ ଜଣ ଆନ୍ଦୋଳନକାରୀଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଥିଲେ। ପରେ ଅନ୍ୟ ଶିକ୍ଷକମାନେ ଖାତା ଦେଖିବାକୁ ଆସିଥିଲେ। ଆନ୍ଦୋଳନକାରୀ ଶିକ୍ଷକଙ୍କୁ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦେଇଥିବା ଜଣାପଡ଼ିଛି। ଆଜିର ଏହି ଧାରଣାରେ ପ୍ରଭାତ ରଥ, ପ୍ରତାପ କୁମାର ଦାଶ, ସମୀର ମହାପାତ୍ର, ସୁମନ ରଥ,ପ୍ରଦୀପ ମିଶ୍ର, ଭବାନୀଶଙ୍କର ମିଶ୍ର, ସାରଙ୍ଗଧର ଠାକୁର, ପ୍ରଭାତ ରଥ, ଶ୍ୟାମ ପଣ୍ଡା, ସୁରେନ୍ଦ୍ର ପଟ୍ଟନାୟକ, ବିଷ୍ଣୁଚରଣ ଗଉଡ, ବିନୟ ଦାଶ, ଛବିଲାଲ ସାହୁ ସମେତ ଶତାଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ସଭାପତି ରୁଦ୍ର ବାରିକ ଓ ଆବାହକ ରବୀନ୍ଦ୍ର ଯୋଷୀଙ୍କ ନେତୃତ୍ୱରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାଙ୍କକୁ ବିରୋଧ କରି ସୋମବାର ସଦର ନ୍ୟାସନାଲ ହାଇସ୍କୁଲ ମୁଖ୍ୟ ଗେଟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏପରିକି ରିପୋଟିଂ ପାଇଁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଭିତରକୁ ଛାଡ଼ି ଦିଆଯାଇ ନଥିଲା। ମଙ୍ଗଳବାର ମଧ୍ୟ ମୂଲ୍ୟାଙ୍କନ ପାଇଁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିରୂପଣ କେନ୍ଦ୍ରକୁ ଛଡ଼ା ନ ଯିବାରୁ ନୂଆପଡ଼ା ପୁଲିସ ୩୭ ଜଣ ଶିକ୍ଷକଙ୍କୁ ଗିରଫ କରିଥିଲା। ତେବେ ୩ ଘଣ୍ଟା ଥାନାରେ ଅଟକ ରଖିବା ପରେ ପୁଲିସ ସେମାନଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ଛାଡି ଦେଇଥିଲେ। ତେବେ ଆଜି ସ୍ୱାଭାବିକ ଭାବେ ମ୍ୟାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଛି ବୋଲି ଡିଇଓ ଲଷ୍ମଣ ଭୋଇ ପ୍ରକାଶ କରିଛନ୍ତି।
ଖାତା ମୂଲ୍ୟାଙ୍କନକୁ ବିରୋଧ, ୭୧ ଶିକ୍ଷକ ଗିରଫ
/sambad/media/post_attachments/wp-content/uploads/2018/03/committee-meating-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)