ସଙ୍କଟରେ ଭାରତ ବିଖ୍ୟାତ ଖଇରପଦର କାଠ ଖୋଦେଇ ଶିଳ୍ପ

ଧର୍ମଗଡ଼: ସଙ୍କଟରେ ଭାରତ ବିଖ୍ୟାତ ଖଇରପଦର କାଠ ଖୋଦେଇ ଶିଳ୍ପୀ । ସମଗ୍ର ଭାରତ ବର୍ଷରେ ଖଇରପଦରର କାଠ ଖୋଦେଇ କାରୁକାର୍ଯ୍ୟ ବେଶ ପ୍ରଶଂସନୀୟ ହୋଇଥିବା ବେଳେ ମହାମାରୀ କରୋନା ଯୋଗୁଁ ଶିଳ୍ପୀଙ୍କ ଜୀବନ ଜୀବିକା ସଂକଟରେ ପଡିଛି । ଏବେ ଅଭାବ ଅସୁବିଧାରେ ପଡିଥିବା ଏହି କାଠ ଶିଳ୍ପୀ ସରକାରୀ ପ୍ରୋତ୍ସାହନ ନଦେଲେ ପେଟ ପାଇଁ ଅନ୍ୟକାମ କରିବେ ବୋଲି କହିଛନ୍ତି । କରୋନା ଯୋଗୁଁ ଏବେ ହାତ ବାନ୍ଧି ବସିଛନ୍ତି, କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇରପଦର ଗାଁର କାଠ ଖୋଦେଇ ଶିଳ୍ପୀ ।

କାଠରେ ସୁନ୍ଦରମୂର୍ତ୍ତି ନିର୍ମାଣ କରି ବିକ୍ରି କରିବା ଏମାନଙ୍କ ମୁଖ୍ୟ ବ୍ୟବସାୟ । ହେଲେ ଏବେ କରୋନା କଟକଣା ଯୋଗୁଁ ମୂର୍ତ୍ତି ବିକ୍ରି ହୋଇପାରୁ ନାହିଁ । ଫଳରେ ମହାରଣାମାନେ ଏବେ ଅଭାବ ଅସୁବିଧାରେ ପଡିଛନ୍ତି । ଆଗକୁ ଏହି ଧାରା ଜାରି ରହିଲେ କୌଳିକ ବୃତ୍ତି ଛାଡି ଅନ୍ୟ ବୃତ୍ତିକୁ ଆପଣେଇବାକୁ ବାଧ୍ୟ ହେବେ ବୋଲି ଶିଳ୍ପୀମାନେ କହିଛନ୍ତି ।

ସୂଚନା ଥାଉ କି ଖଇରପଦର ଗାଁ ମହାରଣାଙ୍କ ଦ୍ୱାରା ନିର୍ମିତ କାଠର କାରୁକାର୍ଯ୍ୟ ସାରା ଭାରତରେ ପ୍ରଶଂସିତ ହୋଇଥିବା ବେଳେ ଚାହିଦା ବି ରହିଛି । ଏପରିକି ଏହି ଶିଳ୍ପୀମାନଙ୍କୁ ରାଜ୍ୟର ବିଭିନ୍ନ ବରିଷ୍ଠ ପଦାଧିକାରୀ ଓ ରାଜନେତାମାନେ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି । ନିଜ ସହ ଅନ୍ୟଙ୍କୁ ସ୍ୱାବଲମ୍ବି କରିବା ପାଇଁ ଖଇରପଦରର କାଠ ଖୋଦେଇ ଶିଳ୍ପୀ ଏକ ତାଲିମ କେନ୍ଦ୍ର ମଧ୍ୟ ଖୋଲିଛନ୍ତି । ଯେଉଁଠି ପ୍ରାୟ ୩ଶହ ଜଣ ଯୁବକ ତାଲିମ ନେଉଛନ୍ତି ।

ସମ୍ବନ୍ଧିତ ଖବର