ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନ ରୁପ୍ରା ପେକ୍ସ୍ ସମେତ ରୁପ୍ରାରୋଡ୍, ନର୍ଲା, ଶାନ୍ତପୁର୍, ତୁଲାପଡା, ଭାନପୁର୍ ଓ ପଲମ ପେକ୍ସ୍ ତଥା ଦୁଇଟି ଏସ୍ଏଚ୍ଜି (ମା' ମହାଲକ୍ଷ୍ମୀ ଭାନପୁର୍ ଓ ମା' ମଙ୍ଗଳା ତୁଲାପଡ଼ା) ପକ୍ଷରୁ ଚଳିତ ଖରିଫ୍ ଋତୁର ଧାନ ସଂଗ୍ରହ ନିମନ୍ତେ ମଣ୍ଡି ପରିଚାଳନା ହେଉଛି। ଏହି ସମସ୍ତ ମଣ୍ଡିରେ ଟୋକନ୍ ପାଇଥିବା ଚାଷୀମାନଙ୍କ ପ୍ରାୟ ୧୦ ହଜାର୍ କ୍ୱିଣ୍ଟାଲ୍ରୁ ଊର୍ଦ୍ଧ୍ବ ଧାନବସ୍ତା ପଡ଼ିରହିଛି। ମାତ୍ର ଏହିସବୁ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରୁ ଲାଗି ରହିଛି ଅଦିନିଆ ଝିପିଝିପି ବର୍ଷା।
ଏହି ଖବର ପଢ଼ନ୍ତୁ: ରାଜ୍ୟରେ ବର୍ଷା ଜାରି: ଚିନ୍ତାରେ ଚାଷୀ
ଏହି ବ୍ଲକ୍ ଅଧିନ ବିଭିନ୍ନ ମଣ୍ଡିର ଭିତ୍ତିଭୂମି ଠିକ୍ ନଥିବାରୁ ଖୋଲା ଆକାଶ ତଳେ ୧୦ ହଜାର୍ କ୍ୱିଣ୍ଟାଲ୍ରୁ ଊର୍ଦ୍ଧ୍ବ ଧାନବସ୍ତା ପଡି ରହିଥିବା ଜଣାପଡ଼ିଛି। ମଣ୍ଡିରେ ପଡିଥିବା ଧାନବସ୍ତାକୁ ଅଦିନିଆ ବର୍ଷା ଦାଉରୁ ବଞ୍ଚାଇବା ପାଇଁ ବିଭିନ୍ନ ପେକ୍ସ୍ ପକ୍ଷରୁ ଚାଷୀ ମାନଙ୍କୁ ତାରପୋଲିନ୍ ଯୋଗାଇ ଦିଆଯାଇଥିବା ରୁପ୍ରା ପେକ୍ସ୍ କାର୍ଯ୍ୟ ନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦ, ଭାନପୁର୍ ପେକ୍ସ୍ କାର୍ଯ୍ୟ ନିର୍ବାହୀ ସୁଧିର ନାଏକ, ନର୍ଲା ପେକ୍ସ୍ କାର୍ଯ୍ୟ ନିର୍ବାହୀ ଲବକାନ୍ତ ସା, ଶାନ୍ତପୁର୍ ପେକ୍ସ୍ କାର୍ଯ୍ୟ ନିର୍ବାହୀ ସୁଶାନ୍ତ ବିଶି, ପଲମ ପେକ୍ସ୍ କାର୍ଯ୍ୟ ନିର୍ବାହୀ ଶରତ ଭୋଇ, ତୁଲାପଡା ପେକ୍ସ୍ କାର୍ଯ୍ୟ ନିର୍ବାହୀ ଥବିର ରଣା ଓ ରୁପ୍ରାରୋଡ ପେକ୍ସ୍ କାର୍ଯ୍ୟ ନିର୍ବାହୀ ପ୍ରମୁଖ କହିଛନ୍ତି।
ଏହି ଖବର ପଢ଼ନ୍ତୁ: ସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସ୍ବାମୀଙ୍କର ଅବସ୍ଥା ଗୁରୁତର
ମଣ୍ଡିର ଭିତ୍ତିଭୂମି ଠିକ୍ ନଥିବାରୁ ଖୋଲା ଆକାଶ ତଳେ ୧୦ ହଜାର୍ କ୍ୱିଣ୍ଟାଲ୍ରୁ ଊର୍ଦ୍ଧ୍ବ ଧାନବସ୍ତା ପଡି ରହିଥିବା ଜଣାପଡ଼ିଛି। ମଣ୍ଡିରେ ପଡିଥିବା ଧାନବସ୍ତାକୁ ଅଦିନିଆ ବର୍ଷା ଦାଉରୁ ବଞ୍ଚାଇବା ପାଇଁ ବିଭିନ୍ନ ପେକ୍ସ୍ ପକ୍ଷରୁ ଚାଷୀ ମାନଙ୍କୁ ତାରପୋଲିନ୍ ଯୋଗାଇ ଦିଆଯାଇଥିବା କୁହାଯାଉଛି।
ଏହି ଖବର ପଢ଼ନ୍ତୁ: ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ
ବିଶେଷକରି ନର୍ଲା ମଣ୍ଡି, ଘୋଡାବନ୍ଧ ଉପମଣ୍ଡି, ପଲମ୍ ମଣ୍ଡି, ଗିଗିନା ଉପମଣ୍ଡି, ମୁସ୍କୁଟି ଉପମଣ୍ଡି ଓ ଶାନ୍ତପୁର୍ ମଣ୍ଡିରେ ବର୍ଷାଜଳ ନିଷ୍କାସନ ହୋଇନପାରି ଜମି ରହୁଥିବାରୁ ଧାନବସ୍ତା କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଅନ୍ୟ ମଣ୍ଡି ମାନଙ୍କରେ ମଧ୍ୟ ଧାନକୁ ତାରପୋଲିନ୍ ସାହାଯ୍ୟରେ ଘୋଡାଇ ଥିଲେ ମଧ୍ୟ ତଳପଟୁ ବର୍ଷାଜଳ ପଶିଯାଉଥିବାରୁ ସେହି ଧାନ ମଧ୍ୟ ଗଜାହେବା ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ମଣ୍ଡିରେ ପଡିଥିବା ଧାନରେ ଆଦ୍ରତା ପରିମାଣ ମଧ୍ୟ ବୃଦ୍ଧି ପାଇପାରେ, ବର୍ଷା ଛାଡିଯିବା ପରେ ଏସବୁ ସମସ୍ୟା ମଧ୍ୟରେ ମଣ୍ଡି ଗୁଡିକ କିପରି ସୂଚାରୁ ଭାବରେ ପରିଚାଳିତ ହେବ, ସେଥିପ୍ରତି ପ୍ରଶାସନ ଓ ମିଲର୍ସ୍ ସହଯୋଗ କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ସଂସଦ ଭବନ ଆଗରେ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ