ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭବାନୀପାଟଣା: ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ କୁନା ଓରଫ ବହଦେବ ଧଙ୍ଗଡ଼ାମାଝୀ (୨୧)କୁ ଦୋଷୀ ସାବ୍ୟସ୍ତ କରି ଏଡିଜେ ଜଜ ବୁଧବାର ୧୦ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ଅଧିକ ୬ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ନାବାଳିକାକୁ ଦେଢ଼ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଅନୁକମ୍ପାରାଶି ପ୍ରଦାନ କମିଟିକୁ ସୁପାରିସ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମର ଜଣେ ୧୬ବର୍ଷ ବୟସର ନାବାଳିକାଙ୍କୁ ୨୦୧୪ ସେପ୍ଟେମ୍ବର ୭ ତାରିଖରେ ସେହି ଗାଁର କୁନା ଅପହରଣ କରି ରାୟଗଡ଼ା ସହରର ଏକ ଲଜରେ ରଖି ଦୁଷ୍କର୍ମ କରିଥିଲା। ପରେ ନାବାଳିକାକୁ ଝିଅକୁ ଗୁଣପୁର ନେଇ ତାଙ୍କ ଘରେ ଛାଡ଼ି ଦେଇଥିଲା। ଏନେଇ ପୁଲିସରେ ଏତଲା ଦେଲେ ଜୀବନରେ ମାରି ଦେବ ବୋଲି ଆସାମୀର ବାପା ଓ ମା’ ଧମକ ଦେଇଥିଲେ। ଝିଅର ବାପା ଥୁଆମୂଳ ରାମପୁର ଥାନାରେ ଏତଲା ଦାୟର କରିଥିଲେ। ପୁଲିସ ତଦନ୍ତ କରି ବହଦେବକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର