ଭବାନୀପାଟଣା: ଓଡ଼ିଆ ଭାଷାର ସୁରକ୍ଷାରେ ‘ସମ୍ବାଦ’ର ଭୂମିକା ଅତୁଳନୀୟ ଅଟେ। ‘ସମ୍ବାଦ’ର ଭାଷା ଆନ୍ଦୋଳନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଛି। ‘ସମ୍ବାଦ-ଆମ ଓଡ଼ିଶା’ର ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାର ଏକ ବଳିଷ୍ଠ ମାଧ୍ୟମ ବୋଲି ‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ. ସଞ୍ଜୟ ଶତପଥୀ କହିଛନ୍ତି। ଭବାନୀପାଟଣା ବ୍ରଜବିହାର ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନାଚାର୍ଯ୍ୟ କୁଞ୍ଜ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିଆଇପିଆର୍ଓ ମନୋଜ ବେହେରା, ଭବାନୀପାଟଣା ସମ୍ବାଦ ସାହିତ୍ୟଘର ସଭାପତି ଅଶୋକ ଖମାରୀ, ବୋର୍ଡା ଜନତା ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରକାଶ ନିଶଙ୍କ, ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ପ୍ରାରମ୍ଭିକ ସୂଚନା ଓ ସିଟି ତାଲିମପ୍ରାପ୍ତ ଶିକ୍ଷକ ସଂଘ ରାଜ୍ୟ ସଭାପତି ପ୍ରଦୀପ ସାହୁ ଧନ୍ୟବାଦ ଦେଇଥିଲେ। ସାହିତ୍ୟ ଘର ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିଶୁ ମନ୍ଦିରର ଆଚାର୍ଯ୍ୟ ଜୟରାମ ସାହୁ ଓ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ମନୋଜ ନାଏକ, ଅଶୋକ ସାହୁ, ରାଜେଶ୍ବରୀ ରଥ, ସନ୍ତୋଷିନୀ ଆଚାରୀ ସହଯୋଗ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଓଡ଼ିଆ ଭାଷା ସୁରକ୍ଷାରେ ‘ସମ୍ବାଦ’ର ଭୂମିକା ଅତୁଳନୀୟ: କୁଳପତି
‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବ
/sambad/media/post_attachments/wp-content/uploads/2023/09/a8a7e5dc-0228-4ca7-b14d-634fad485dd2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)