ଛାତ୍ର ବୃତ୍ତି ଦେବାରେ ବିଳମ୍ବ:ଡିଡବ୍ଲୁଓ ଅଫିସ ଘେରିଲେ କଲେଜ ଛାତ୍ରଛାତ୍ରୀ

ଭବାନୀପାଟଣା: ପୋଷ୍ଟ ମାଟ୍ରିକ ଛାତ୍ରବୃତ୍ତି ପ୍ରଦାନ କରାଯାଉ ନଥିବାରୁ ଲାଞ୍ଜିଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ବୁଧବାର ଜିଲ୍ଲା ମଙ୍ଗଳ ଅଧିକାରୀ (ଡିଡବ୍ଲୁଓ)ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏନେଇ ଏକ ଦାବିପତ୍ର ଜିଲ୍ଲା ମଙ୍ଗଳ ଅଧିକାରୀ ଅଜିତ କୁମାର ପଣ୍ଡାଙ୍କୁ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ,
ଲାଞ୍ଜିଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ମାଟ୍ରିକ ଛାତ୍ରବୃତ୍ତି ମିଳି ନାହିଁ। ଯୁକ୍ତ ଦୁଇ ପ୍ରଥମ ବର୍ଷର ୨୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୪ ଜଣ ଛାତ୍ର ଛାତ୍ରଛାତ୍ରୀ ବୃତ୍ତି ପାଇଥିଲେ। ବାରମ୍ବାର ଅଭିଯୋଗକଲା ପରେ ମାତ୍ର ୧୦ ଜଣଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ୯୬ ଜଣ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି କିଭଳି ପାଇପାରିବେ ସେଥିପାଇଁ କୌଣସି ସୂଚନା ମଧ୍ୟ ଦେଉନଥିବା ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର