ଭବାନୀପାଟଣା: ଭବାନୀପାଟଣା ଖାଉଟି ଅଦାଲତରେ ବୀମା କମ୍ପାନି ଓ ବିହନ କମ୍ପାନି ଦଣ୍ଡିତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଭବାନୀପାଟଣା ସହରର ଟିଭି ସେଣ୍ଟରପଡ଼ାର ଖାତୁନ ବେଗମ ରିଲାଏନ୍ସ ଲାଇଫ ଇନସ୍ୟୁରେନ୍ସ କମ୍ପାନିରେ ୧ଲକ୍ଷ ଟଙ୍କାର ଜମା ଏଜେଣ୍ଟ ଜୟନ୍ତ ନାଏକଙ୍କୁ ପ୍ରଦାନ କରିଥିଲେ। ଏଜେଣ୍ଟ ୧ଲକ୍ଷ ଟଙ୍କା ଜମା କଲେ ୩ ବର୍ଷରେ ଏହା ୨ଲକ୍ଷ ଟଙ୍କା ଫେରସ୍ତ ପାଇବେ ବୋଲି ପ୍ରଲୋଭନ ଦେଖାଇଥିଲେ। କିନ୍ତୁ ୨ବର୍ଷ ପରେ ଜମା ଟଙ୍କା ନ ମିଳିବାରୁ ସେ ଭବାନୀପାଟଣା ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଅଦାଲତ ବୀମା କମ୍ପାନିକୁ ୧ଲକ୍ଷ ଟଙ୍କାର ୯ପ୍ରତିଶତ ସହିତ ଟଙ୍କା ଓ ଏଜେଣ୍ଟ ହଇରାଣ ଗ୍ରାହକଙ୍କୁ ହଇରାଣ କରିଥିବାରୁ ୨୦ ହଜାର ଟଙ୍କା କ୍ଷତିପୂରଣ ଓ ମାନସିକ ହଇରାଣ କରିବା ନେଇ ଅଧିକ ୩ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିଭଳି ଅନ୍ୟଏକ ମାମଲାରେ କେସିଙ୍ଗା ବ୍ଲକର କଶ୍ରୁପଡ଼ା ଗ୍ରାମର ଚାଷୀ ଗୋକୁଳ ଭୋଇ କେସିଙ୍ଗା ସହରର ବଲାଙ୍ଗୀର ଛକରେ ଥିବା ହିନ୍ଦୁସ୍ଥାନ ସିଡ ପ୍ରାଇଭେଟ ଲିମିଟେରୁ ୪ବସ୍ତା ବିହନ ଧାନ ୨୦୮୦ ଟଙ୍କାରେ କ୍ରୟ କରି ନେଇଥିଲେ। ଧାନ ବୁଣିବା ପରେ ଦୁଇବସ୍ତା ବିହନ କାଁଭାଁ ଗଜା ହୋଇଥିବା ବେଳେ ଅନ୍ୟ ୨ବସ୍ତା ଧାନ ଆଦୌ ଗଜା ହୋଇନଥିଲା। ଏନେଇ ସଂପୃକ୍ତ ଚାଷୀ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ସଂପୃକ୍ତ ଧାନ ବିହନ ବିକ୍ରେତାଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ସହିତ ୨୦୮୦ ଟଙ୍କା ଧାନ ବିହନର ମୂଲ୍ୟ ଓ ୧ହଜାର ଟଙ୍କା ମାମଲାର କ୍ଷତିପୂରଣ ବାବଦରେ ସମୁଦାୟ ୩୩ ହଜାର ୮୦ ଟଙ୍କା ସଂପୃକ୍ତ ଚାଷୀଙ୍କୁ ପ୍ରଦାନ କରିବା ପାଇଁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛି। ଏ ଦୁଇଟି ମାମଲାର ଶୁଣାଣି କରିଥିଲେ ଖାଉଟି ଅଦାଲତର ଅଧ୍ୟକ୍ଷ ଅଶ୍ୱିନୀ କୁମାର ସାହୁ, ସଭ୍ୟ ଅଶୋକ କୁମାର ପାତ୍ର ଓ ସଭ୍ୟା ଭବାନୀ ପଟ୍ଟନାୟକ। ଦିଲ୍ଲୀପ ପଟ୍ଟନାୟକ ମାମଲାର କାଉନସେଲିଂ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/claim-001.jpg)