କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ତେଜିଲା:ସରକାରୀ କାର୍ଯ୍ୟାଳୟ, କୋର୍ଟ, ବ୍ୟାଙ୍କ, ପୋଷ୍ଟ ଅଫିସ ଅଚଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଭବାନୀପାଟଣା ସହରସ୍ଥିତ ସମସ୍ତ କୋର୍ଟକୁ ବର୍ଜନ କରାଯିବା ସହ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ ବନ୍ଦ ରହିଥିଲା। ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ବିଭିନ୍ନ ଅଫିସ ସମ୍ମୁଖରେ ପିକେଟିଂ କରାଯାଇଥିଲା। ପାଲ କମିସନଙ୍କ ରିପୋର୍ଟ ତୁରନ୍ତ ଓଡ଼ିଶା ବିଧାନସଭାରେ ରାଜ୍ୟ ସରକାର ଏପଯ୍ୟନ୍ତ ଉପସ୍ଥାପନ କରିନଥିବା ନେଇ କ୍ଷୋଭ ପ୍ରକାଶ ପାଇଥିଲା। ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେବିକେର ପ୍ରାଣକେନ୍ଦ୍ର ଅଟେ । କେନ୍ଦ୍ର ସରକାର ଏହି ଅଂଚଳର ବିକାଶ ପାଇଁ ସବୁବେଳେ କଳାହାଣ୍ଡି ଜିଲ୍ଲାକୁ ବିକାଶର ଏକ ପ୍ରୟୋଗଶାଳା ଭାବରେ ପରୀକ୍ଷା ନିରୀକ୍ଷା କରି ଆସିଛନ୍ତି। ସବୁଦୃଷ୍ଟିରୁ କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରିବାର ଯଥାର୍ଥତା ରହିଥିବା ଓକିଲ ସଂଘ ଦାବି କରିଥିଲେ।

ଯଦି କଳାହାଣ୍ଡିରେ ବେଞ୍ଚ ସ୍ଥାପନ ଦିଗରେ ରାଜ୍ୟ ସରକାର ଉଦାସୀନ ମନୋଭାବ ପୋଷଣ କରନ୍ତି ତାହେଲେ କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଆଜି ଆନ୍ଦୋଳନରେ ସ୍କୁଲ, କଲେଜ, ଦୋକାନ ବଜାର ଓ ଯାନବାହନ ଚଳାଚଳ ବାଦ୍‌ ପଡିଥିଲା । ଏହି ଆନ୍ଦୋଳନରେ ଓକିଲ ସଂଘର କାର୍ଯ୍ୟକାରୀ ସଭାପତି ସୁଧୀର ପଟ୍ଟନାୟକ, ସଂପାଦକ ସୁବ୍ରତ ବହିଦାରଙ୍କ ନେତୃତ୍ୱରେ ଶ୍ରବଣ ଅଗ୍ରଓ୍ଵାଲ, ଭବେନ୍ଦ୍ର ପଣ୍ଡା, ଜିତେନ୍ଦ୍ର ମହାନ୍ତି, ଗଜେନ୍ଦ୍ର ପାଢୀ ସନ୍ତୋଷ ପଣ୍ଡା, ପ୍ରମୋଦ ସାହାଣୀ, ପ୍ରକାଶ ଅଗ୍ରଓ୍ଵାଲ, ହରଜିନ୍ଦର ସିଂହ, ସୁଶାନ୍ତ ମୁଣ୍ଡ, ସତ୍ୟନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ମହେଶ ପ୍ରସାଦ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ସୁଧୀର ପଣ୍ଡା, ଶୈଳେଶ ବେହେରା, ସଂଜୟ ବେହେରା, ରାଜେଶ ନାଏକ, ରୋହିଣୀକାନ୍ତ ଚଲାନ, ଶୁଭାଂଶୁ ସାହୁ, ଦିଲ୍ଲୀପ ସା, କୀର୍ତ୍ତନ ନାଏକ, ମାଧବ ଗମାଙ୍ଗୋ, ରୋହିତ ମିଶ୍ର, ସାଗର ରାଉତ, କୁନା ପଣ୍ଡା, ପ୍ରଦୀପ ବିହାର, ଯଶୋବନ୍ତ ନାଏକ, ଧର୍ମେନ୍ଦ୍ର ନାଏକ, ଜିତେନ୍ଦ୍ର ନାଏକ, ଧବଳେଶ୍ୱର ରାଉତ, କୁନାଲ ବେହେରା, ସୁଶାନ୍ତ ସାହୁ ,ମନୋଜ ତାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର