ଶିକ୍ଷକ ବଦଳିକୁ ବିରୋଧ, ଛାତ୍ରଛାତ୍ରୀଙ୍କ ଶ୍ରେଣୀ ବର୍ଜନ

ଜୟପାଟଣା: ମହୁଲପାଟଣା ଉନ୍ନୀତ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଶ୍ରେଣୀ ବର୍ଜନ କରିଥିବା ଜଣାଯାଇଛି। ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ମହୁଲପାଟଣା ହାଇସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକ ପିଣ୍ଟୁ ଦୋରାଙ୍କ ବଦଳିକୁ କେନ୍ଦ୍ର କରି ଶ୍ରେଣୀ ବର୍ଜନ କରିବା ସହ ବାହାରେ ଧାରଣା ଦେଇଥିଲେ। ତେବେ ଶିକ୍ଷକମାନେ ସେମାନଙ୍କୁ ବୁଝାସୁଝା କରୁିଥିଲେ ମଧ୍ୟ ଉପରୋକ୍ତ ଦାବି ନେଇ ସେମାନେ ଅଡ଼ି ବସିଥିଲେ।
ପ୍ରକାଶ ଯେ, ଏହି ବିଦ୍ୟାଳୟରେ ୪୩୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ଶିକ୍ଷକ ନଥିବାରୁ ପାଠପଢା ବାଧାପ୍ରାପ୍ତ ହେଉଛି। ଏପରିସ୍ଥଳେ ଶିକ୍ଷକ ଶ୍ରୀ ଦୋରାଙ୍କ ଅନ୍ୟତ୍ର ବଦଳି କରାଯାଇ ଥିବାରୁ ପାଠପଢା ବ୍ୟାହତ ହେବା ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ତୁରନ୍ତ ସଂପୃକ୍ତ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର