ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମରେ ଏକ ବଡ଼ ଧରଣର ଚୋରି ହେଇଛି। ବେହେରା ଗ୍ରାମ ପ୍ରାରମ୍ଭରେ ଥିବା ମଙ୍ଗଲମ ଜୁଏଲର୍ସ ନାମକ ଗୋଟିଏ ଦୋକାନରେ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ସହିତ ୧୨ କିଗ୍ରା ରୁପା ଚୋରି ହୋଇଥିବାର ସୂଚନା ମିଳିଛି।
ଦୋକାନ ମାଲିକ ଏ ସମ୍ପର୍କରେ କୋକସରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବେହେରା ଗ୍ରାମ ହେଉଛି କଳାହାଣ୍ଡିର ଏକ ବଡ଼ ଗ୍ରାମ ପଞ୍ଚାୟତ। ବେହେରାରେ ଏକ ପୁଲିସ ଥାନାର ଆବଶ୍ୟକ ଅଛି ବୋଲି ବହୁ ଥର ଗଣମାଧ୍ୟମରେ ପ୍ରଚାରିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କିଛି ହେଇ ନାହିଁ।
/sambad/media/post_attachments/wp-content/uploads/2022/03/f56de771-c437-4a5a-b118-c8012edc3186.jpg)
ଦୋକାନ ମାଲିକ ପିଣ୍ଟୁ ଆଚାରିଙ୍କ କହିବା ଅନୁଯାୟୀ ରାତି ୧୨ଟା ଯାଏଁ ଆମେ ଦୋକାନରେ କାମ କରିଥିଲୁ। ପରେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ମୋ ଦୋକାନ ସାମ୍ନାରେ ଥିବା ଷ୍ଟ୍ରିଟ୍ ଲାଇଟକୁ ବନ୍ଦ କରି ସଟରର ତାଲା ଭାଙ୍ଗି ଚୋରି ହେଇଛି। ଏଠାରେ ପ୍ରକାଶ ଥାଉକି ଆଗାମୀ ଦିନରେ ବେହେରାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ଖୋଲିବାକୁ ଯାଉଛି। ବେହେରାରେ ଏକ ଥାନା ସ୍ଥାପନ ହେଲେ ପୁଲିସ କର୍ମଚାରୀମାନେ ଚୋରମାନଙ୍କୁ ସାବାଡ କରିବେ ବୋଲି ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/e7fb1162-e15c-4d0d-ae48-d76e4afb3c67.jpg)