ଅବକାରୀ ଚଢ଼ଉ ୩ ଗିରଫ

ଧର୍ମଗଡ଼: ଅବକାରୀ ନିରୀକ୍ଷକ କଳାହାଣ୍ଡି ବିଶ୍ୱନାଥ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ଉପଖଣ୍ଡ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି। ବେହେରା ଗ୍ରାମର କ୍ଷୀରସିନ୍ଧୁ ପଟ୍ଟନାୟକ, ମୁଖୀଗୁଡା ଗ୍ରାମର ବିପିଧର ବନ୍ଦୀଛୋଡ ଓ କେରମୁଣ୍ଡା ଗ୍ରାମର ଶୁକ୍ରୁ କାଣ୍ଡଙ୍କ ଠାରୁ ୩୦ ଲିଟର ଦେଶୀ ହାତ ରନ୍ଧା ମଦ ଜବତ କରାଯିବା ସହ ସେମାନଙ୍କୁ ଗିରଡ଼ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଚଢଉ ସମୟରେ  ଉପଖଣ୍ଡ ଅବକାରୀ ଇନିସେକ୍ଟର ପ୍ରଶାନ୍ତ କୁମାର କହଁର, ଅବକାରୀ ଅଫିସର ଦିଲୀପ ରଥ, ମାନସ ରଞ୍ଜନ ମୁଣ୍ଡ, ବସନ୍ତ ବିଶି, ମହାଦେବ ମାଝୀ, ଈଶ୍ୱର ଭୋଇ, ପ୍ରଦ୍ୟୁମ୍ନ ନାୟକ, ରଶ୍ମି ସାହୁ, ପ୍ରତିମା ଗହୀର,ବାଲେଶ୍ୱର ଧଙ୍ଗଡାମାଝୀ ଓ ଠଣ ସୁନ୍ଦର ଜାଲ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର