ଭବିଷ୍ୟତରେ ଆଇଏଏସ ହେବାକୁ ସ୍ୱପ୍ନ ରଖିଛନ୍ତି କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଥିବା ଐଶ୍ୱର୍ଯ୍ୟା

ଭବାନୀପାଟଣା :  ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଐଶ୍ୱର୍ଯ୍ୟା ପଟ୍ଟନାୟକ ୯୭ ପ୍ରତିଶତ ନମ୍ବର ରଖି ଯୁକ୍ତ ଦୁଇ ବିଜ୍ଞାନରେ କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ସେ ଭବିଷ୍ୟତରେ ଆଇଏଏସ ହେବା ପାଇଁ ସ୍ୱପ୍ନ ରଖିଛନ୍ତି ।

ଆଇଏଏସ  ହେଲେ ଲୋକଙ୍କ ଦୁଃଖ,  ଦୁର୍ଦ୍ଦଶା, ଶିକ୍ଷା ଓ ବିଭିନ୍ନ ସମସ୍ୟାର ସମାଧାନ ଦ୍ୱାରା   ସେବା କରିପାରିବି ବୋଲି କହିଛନ୍ତି ।  ନିଜର ଜ୍ଞାନ, ଦୁର୍ବଳତାକୁ ତର୍ଜମା କରି ସମୟର ସୁବିନିଯୋଗ କରିବା ଆବଶ୍ୟକତା ରହିଛି । କାହାକୁ ଅନୁସରଣ ନ କରି ନିଜର ସାମକ୍ଷକୁ ବିନିଯୋଗ କରିବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

 

ସେ ଭବାନୀପାଟଣା ସହରସ୍ଥିତ ହିଲ ଟାଉନ ରେ ରହୁଛନ୍ତି ତାଙ୍କ ବାପା ଆଇନଜୀବୀ ଗଣେଶ୍ୱର ପଟ୍ଟନାୟକ ଓ ମା ଗୃହିଣୀ ସସ୍ମିତା ପଟ୍ଟନାୟକ ତାଙ୍କୁ ପ୍ରେରଣା ଦେବା ସହିତ ମାନସିକ ଚାପରୁ ବିରତ ରହିବା ପାଇଁ ପରାମର୍ଶ ଦେଉଥିଲେ । ସ୍କୁଲର  ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରୀକ୍ଷା କିଭଳି ସାମ୍ନା କରାଯିବ ସେଥିପାଇଁ ଗାଇଡ଼ କରୁଥିଲେ । ସେ ପ୍ରତିଦିନ ରୁ ବାର ଘଣ୍ଟା ଅଧ୍ୟୟନ କରୁଥିଲେ  । ଆଉ ଟିକେ ଅଧିକ ସମୟ ଅଧ୍ୟୟନ କରିଥିଲେ  ପଦାର୍ଥ ବିଜ୍ଞାନ ବିଷୟ ଆହୁରି ଭଲ ହୋଇପାରିଥାନ୍ତା ବୋଲି କହିଥିଲେ । 

ସମ୍ବନ୍ଧିତ ଖବର