କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମରେ ଥିବା ଭାଲୁଡୁଙ୍ଗୁରୀ ଓ ମିନମାନ ଡୁଙ୍ଗୁରୀର କିଛି ସ୍ଥାନରେ ପୂର୍ବରୁ ସରକାର ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ବର୍ତ୍ତମାନ ଖାଲି ଥିବା ସ୍ଥାନରେ ଗ୍ରାମବାସୀ ମିଳିତ ହୋଇ ଗାଁରେ ଏକ ବୈଠକ କରି ଗାଁ କମିଟି କିଛି ଅର୍ଥ ବାହାର କରି ବଲାଙ୍ଗୀରଜିଲ୍ଲା ଦେଓଗାଁ ବନବିବାଗ ଓ କଳାହାଣ୍ଡି ଜିଲ୍ଲା ମ.ରାମପୁର ବନଖଣ୍ଡ କୁମେରପଟା ମଦନପୁର ବନବିଭାଗ ଠାରୁ ୧୦୦୦ ଗଛ ଆଣି ଖାଲି ଥିବା ସ୍ଥାନରେ ଦୁଇଦିନ ଧରି ବୃକ୍ଷ ରୋପଣ କରିଛନ୍ତି।
ଗ୍ରାମର ଭୁବନ ଭୋଇ, ହରେକୃଷ୍ଣ ସାହୁ, ବିରୋଜ ସାହୁ, ଗୋକୁଳ ମାଝୀ, ରଞ୍ଜନ ସାହୁ, ସୁରୁବନ ଭୋଇ, ବିଶିକେସନ ସେଠୀ, ଆନନ୍ଦ ସା, ଯୋଗେଶ୍ୱର ବାଗ, ବିଷ୍ଣୁ ସାହୁ, ପ୍ରଦୀପ କୁମାର ସାହୁ, ହେମନ୍ତ ସାହୁଙ୍କ ନେୃତ୍ୱରେ ଗ୍ରାମବାସୀ ସମ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଗକୁ ଆହୁରି ଗଛ ଲଗାଇବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।
Punascha Pruthibi