ଭବାନୀପାଟଣା: ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁରରେ ଟ୍ରକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ବୃଦ୍ଧା କୈକେୟୀଙ୍କୁ ଟ୍ରକ ମାଲିକ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଓ କ୍ଷତିପୁରଣ ଦେବା ଦାବିରେ ମଙ୍ଗଳବାର ସକାଳ ୯ ଟାରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ପରେ ତହସିଲଦାର ଧିରୋଜ ପାତ୍ର, କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ନର୍ଲା ଥାନା ଅଧିକାରୀ ରମଣୀ ରଂଜନ ଦଳେଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ରେଡକ୍ରସ ପକ୍ଷରୁ ଆହତ ବୃଦ୍ଧାଙ୍କ ପରିବାରକୁ ୫ ହଜାର ଟଙ୍କା ପ୍ରଦାନ କରିଥିଲେ। ଏଥିସହ ଉପଯୁକ୍ତ ଚିକିତ୍ସା ଓ କ୍ଷତିପୂରଣ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୧ରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
ଗତ ଶୁକ୍ରବାର ବଡ ଚିଚିଂ ଗାଁର କୈକେଇ ଜାଲ(୬୧) ଶାନ୍ତପୁର ପଞ୍ଚାୟତକୁ ପିଡିଏସ ଚାଉଳ ନେବା ପାଇଁ ଆସିଥିଲେ। ସେ ରାସ୍ତାକଡ଼ରେ ଛିଡା ହୋଇଥିବା ସମୟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଟଙ୍କା ଅଭାବରୁ ପରିବାର ଲୋକେ ତାଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରି ପାରିନଥିଲେ। ଘଟଣାର ୫ଦିନ ପରେ ବି ଟ୍ରକ ମାଲିକଙ୍କ ପକ୍ଷରୁ କୌଣସି କ୍ଷତିପୂରଣ କିମ୍ବା ଚିକିତ୍ସା ବ୍ୟବସ୍ଥା କରା ନିଯିବାରୁ ଗାଁ ଲୋକେ ଆଜି ରାସ୍ତାରୋକ କରିଥିଲେ।
ଟ୍ରକ ଦୁର୍ଘଟଣାରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଓ କ୍ଷତିପୂରଣ ଦାବି
ଶାନ୍ତପୁରରେ ଗ୍ରାମବାସୀଙ୍କ ରାସ୍ତାରୋକ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)