ଟ୍ରକ-ବାଇକ ଧକ୍କା, ଦୁଇ ଗୁରୁତର

ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡ଼ି ଠାରେ ଗୁରୁବାର ରାତି ପ୍ରାୟ ସାଢ଼େ ନଅଟାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସଦର ଥାନା ବୋରଭଟା ଗାଁର ଅମିତ ଗୌଡ଼ ଓ ବାଞ୍ଛାନିଧି ଗୌଡ଼ ଗୁରୁତର ଆହତ ହୋଇଛନ୍ତି। ସଦରଥାନା ଅନ୍ତର୍ଗତ ପାଷ୍ଟିକୁଡି ଠାରେ ରାତିରେ ଟ୍ରକ (ଏମଏଚ ୨୦ ବିଟି ୪୧୧୮) ଓ ବାଇକ (ଓଡି ୦୮ଡି ୫୫୧୭) ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ବାଇକ ଚୂରମାର ହୋଇଥିଲା। ଉଭୟଙ୍କୁ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।

ସମ୍ବନ୍ଧିତ ଖବର