ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖଲିଆକାନି ଗାଁରେ ଏକ ଅଘଟଣ ଘଟିଛି। ଏଠାରେ ଗ୍ୟାସ୍ ଲିକରୁ ନିଆଁ ଲାଗି ୨ଟି ଘର ଜଳିଯିବା ସହ ଦୁଇ ଜଣ ପୋଡ଼ି ହୋଇ ଗୁରୁତର ଥିବାର ସୂଚନା ରହିଛି।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖଳିଆକାନି ଗାଁର ସଞ୍ଜୁ ନାଏକ ଗତକାଲି ରାତିରେ ରୋଷେଇ କରୁଥିବା ବେଳେ ଗ୍ଯାସ ଲିକ୍ ହୋଇଥିଲା। ଏହାଫଳରେ ଖଲିଆକାନି ଗାଁର ସଞ୍ଜୁ ନାଏକଙ୍କ ଘର ଜଳି ଯାଇଥିଲା ଏବଂ ସେ ନିଜେ ପୋଡ଼ି ହୋଇଯାଇଥିଲେ। ପଡ଼ୋଶୀ ଦିନ ମହାନନ୍ଦ ତୁରନ୍ତ ଧାଇଁ ଯାଇ ନିଆଁ ଲିଭେଇବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ ନିଆଁରେ ପୋଡ଼ି ହୋଇ ଯାଇଥିଲେ। ଏହା ସହିତ ପ୍ରଖର ନିଆଁରେ ଦିନ ମହାନନ୍ଦଙ୍କ ଘରେ ବି ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ଗ୍ୟାସ୍ ଲିକରୁ ଅଘଟଣ: ଦୁଇଘର ଭସ୍ମୀଭୂତ, ପୋଡ଼ି ହୋଇ ୨ ଗୁରୁତର
/sambad/media/post_attachments/wp-content/uploads/2022/09/sp-401080764-kne5fo-thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)