ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଠକୁରା ତେରେଙ୍ଗାସିଲ୍ ଛକଠାରେ ଦୁଇ ବାଇକ୍ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତର ଦୁର୍ମୁସି ଗାଁର ସାନ୍ୟା ମାଝୀ (୩୫) ଓ କୃଷ୍ଣ ମାଝୀ (୨୦ ) ଥୁଆମୂଳ ରାମପୁର ମୁଖ୍ୟାଳୟକୁ କୌଣସି କାମରେ ଆସି ଫେରୁଥିବା ବେଳେ ତେରେଙ୍ଗାସିଲ୍ ଛକଠାରେ ସାମ୍ନାପଟୁ ଆସୁଥିବା ସିନ୍ଧୁ ମାଝୀ (୫୦) ଓ ଗୌତମ ନାଏକ (୩୫)ଙ୍କ ବାଇକ୍ ସହ ଧକ୍କା ହୋଇଥିଲା। ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନାରେ କୌଣସି ଡାକ୍ତରଖାନା ନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ପରେ ସମସ୍ତ ଗୁରୁତର ଆହତଙ୍କୁ ଭବାନୀପାଟଣା ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଦୁଇ ବାଇକ୍ ଧକ୍କା, ୩ ଗୁରୁତର
/sambad/media/post_attachments/wp-content/uploads/2019/07/kld.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)