୧୫୦୦୦ ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଜେଇ

ଜୟପୁର: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୱେସ୍କୋର ଜଣେ ଇଞ୍ଜିନିୟର ଶୁକ୍ରବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ ୱେସ୍କୋର ଜୁନିଅର ମ୍ୟାନେଜର ଧରମବୀର ସାହୁ ଶିକ୍ରବାର ଅପରାହ୍ନରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି। ଇଞ୍ଜିନିୟର ଧରମବୀର ଆଜି ଭବାନୀପାଟଣାର ମଦନମୋହନପଡ଼ାର ଅବସରପ୍ରାପ୍ତ କୋର୍ଟ ପିଅନ ସ୍ୱର୍ଗତ ଗଣେଶ ନାୟକଙ୍କ ପୁଅ ତ୍ରିନାଥ ନାୟଙ୍କ ଠାରୁ ୧୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

ରିପୋର୍ଟ ଅନୁସାରେ ୯,୦୧୧ ଟଙ୍କାର ଏକ ଏରିୟର ଇଲେକ୍ଟ୍ରି ବିଲ୍‌ ପ୍ରସ୍ତୁତ କରିବା ପାଇଁ ଇଞ୍ଜିନିୟର ଲାଞ୍ଚ ମାଗିଥିଲେ। ପୂର୍ବରୁ ତ୍ରିନାଥ ନାୟକଙ୍କୁ ୫୦ ହଜାର ଟଙ୍କାର ଅର୍ଥ ଦଣ୍ଡ ଦେବାକୁ ବିଦ୍ୟୁତ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର