ପାଜିବାହାଲି ଜଙ୍ଗଲରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର

ମ.ରାମପୁର: ମ.ରାମପୁର ଥାନା ଅନ୍ତର୍ଗତ ପାଜିବାହାଲି ଜଙ୍ଗଲରୁ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିର ଝୁଲୁନ୍ତା ଶବ ଉଦ୍ଧାର କରାଯାଇଛି। ଏହି ଯୁବକଙ୍କ ବୟସ ପ୍ରାୟ ୩୫ରୁ ୩୮ ବର୍ଷ ମଧ୍ୟରେ ହେବ। ତାଙ୍କର ମୋଟା ନିଶ ଥିବା ବେଳେ ଏକ ଛୋଟ ନାଲି ଗାମୁଛା ଓ ଏକ ପାଉଁଶିଆ ରଂଗର ରାଉଣ୍ଡ ନେକ୍‌ ଟି ସାର୍ଟ ପିନ୍ଧିଛନ୍ତି। ଏହି ଶବଟି ୪/୫ ଦିନରେ ହୋଇଥିବା ପୁଲିସ ପ୍ରକାଶ କରିଛି। ମ.ରାମପୁର ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏସ୍‌ଆଇ ସରିତା ମହାପାତ୍ର, ସବ୍‌ଇନିସ୍ପେକ୍ଟର ଈଶ୍ୱରଚନ୍ଦ୍ର ସ୍ୱାଇଁ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇବା ପରେ ପୋତି ଦେଇଥିବା ଜଣାଯାଇଛି। ଏହି ଯୁବକ ଜଣକ ନୁନପୁର ନିକଟସ୍ଥ ଡୁମେରପାଲି ଗ୍ରାମର ବୋଲି ପୁଲିସ ଅନୁମାନ କରୁଛି । ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର