ଦୁଷ୍କର୍ମ ପରେ ଭିଡିଓ ଭାଇରାଲ ଘଟଣା : ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଭବନୀପାଟଣା : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଅଞ୍ଚଳର ଜଣେ ୧୮ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ କଳାହାଣ୍ଡି ଏସ୍‌ପି ମଡ଼କର ସନ୍ଦୀପ ସମ୍ପଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଗତ ମାର୍ଚ୍ଚ ୩୧ ତାରିଖ ଦିନ ସନ୍ଧ୍ୟା ୭ଟାରେ ଜୁନାଗଡ଼ ସହରର ଜଣେ ୧୮ବର୍ଷ ବୟସ୍କା ଯୁବତୀ ଜୁନାଗଡ଼ ଶିବସାଗରସ୍ଥିତ ଶନି ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ। ସେହି ସମୟରେ ଜୁନାଗଡ଼ ବ୍ଲକ ଭତ୍ରାଗୁଡା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଚିତ୍ତରଂଜନ ଗୁରୁ(୨୨), ତାର ସହଯୋଗୀ ମୁକୁନ୍ଦ ଗୁରୁ(୨୦) ଓ ସୁଶାନ୍ତ ପ୍ରଧାନୀ (୧୯) ଉକ୍ତ ଯୁବତୀଙ୍କୁ ବାଟରେ ଅଟକାଇ ଥିଲେ। ଚିତ୍ତରଂଜନ ଯୁବତୀଙ୍କ ପାଟିକୁ ବନ୍ଦ କରି ଧରିଥିବା ବେଳେ ଅନ୍ୟ ୨ ସହଯୋଗୀ ଏକ କଳା ପଲସର ବାଇକ (ଓଡି ୦୮ଇ ୧୮୯୮)ରେ ଭତ୍ରାଗୁଡ଼ା ପିଜୁଳି ବଗିଚାକୁ ନେଇଥିଲେ। ସେଠାରେ ଚିତ୍ତରଂଜନ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଆଜି ମୁଖ୍ୟ ଅଭିଯୁକ୍ତ ଚିତ୍ତରଂନ, ମୁକୁନ୍ଦ ଓ ସୁଶାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧିତ ଖବର