କଲମପୁର: କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ବିଇଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଯୁଧିଷ୍ଠିର କୁମାର ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ମୁତାବକ, ମୁଖ୍ୟ କିରାଣୀ ଯୁଧିଷ୍ଠିର କୌଣସି ଏକ କାର୍ଯ୍ୟ କରିବାକୁ ଜଣେ ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ନାଏକଙ୍କଠାରୁ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ କାର୍ଯ୍ୟାଳୟର ଏକ ଦଳ କଲମପୁର ବିଇଓ କାର୍ଯ୍ୟାଳୟରେ ଯୋଜନା ମୁତାବକ ପହଂଚିଥିଲେ। ସେଠାରୁ ତାଙ୍କୁ ଧରିବା ପରେ ଭିଜିଲାନ୍ସ ଟିମ ଅଧିକ ତଦନ୍ତ ପାଇଁ କିରାଣିଙ୍କୁ ଗିରଫ କରି ନେଇଥିବା ସୂଚନା ରହିଛି।
କଲମପୁର: ଭିଜିଲାନ୍ସ ଜାଲରେ ଫସିଲେ ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ
/sambad/media/post_attachments/wp-content/uploads/2022/06/0e920e7b-d61f-4a14-9a10-04d3d4af2bb9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)