ଜୟପାଟଣା: ଯୁବ କ୍ଷତ୍ରିୟ ପାଇକ ସଂଗଠନ ତରଫରୁ ବିଜୟାଦଶମୀ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ମହାସମାରୋହରେ ପାଳନ କରାଯାଇଛି। ଏହି ଶୋଭାଯାତ୍ରା ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରୁ ବାହାରି ରାଜବାଟି, ଦୁର୍ଗା ମନ୍ଦିର, ଡୋକରି ମନ୍ଦିର, ପ୍ରଧନୀପଡ଼ା ଦେଇ ନଗର ପରିକ୍ରମା କରିବା ସହିତ ସ୍ଥାନେସ୍ଥାନେ ପାଇକ ଆଖଡ଼ା ଓ ସମର କଳା ପ୍ରଦର୍ଶନ କରିଥିଲେ।
ଜୟପାଟଣା ଜମିଦାରଙ୍କୁ ବିରାଟ ପଟୁଆରରେ ପାଛୋଟି ନେଇ ବିଭିନ୍ନ ମନ୍ଦିରରେ ଦେବା ଦେବୀ ପୂଜନ ଓ ଅସ୍ତ୍ର ପୂଜନ ମଧ୍ୟ କରାଯାଇଥିଲା।ଏହି ସମାରୋହରେ କଲମପୁର ବ୍ଲକ ଦେପୂର ପଲ୍ଲୀ, ପତ୍ରଵସା ପଲ୍ଲୀ, ପୋଟେଶ୍ ପଲ୍ଲୀ, ବନ୍ଧକନା ପଲ୍ଲୀ, ଟେମରୀ ପଲ୍ଲୀ ତଥା ଜୟପାଟଣା ବ୍ଲକର ବନମାଳୀପୁର, ମୁଖିଗୁଡ଼ା, ତାଲଗୁଡ଼, ପତିଗୁଡ଼ା ଓ ଜୟପାଟଣାର ଶତାଧିକ ଯୁବକ, କର୍ମକର୍ତ୍ତା, ତଥା ମହିଳା ମାନେ ଯୋଗ ଦେଇଥିଲେ।
ବିଜୟ ଦଶମୀକୁ ବିଜୟପର୍ବ ରୂପେ ପାଇକ ସଂଗଠନ ତରଫରୁ ଜଗତର ମଙ୍ଗଳ କାମନା ପୂର୍ବକ ପାଳନ କରାଯାଇଥିଲା ଏବଂ ବିରତ୍ବର ପ୍ରତୀକ ରୂପେ ପାଇକ ଯୁବମାନଙ୍କୁ ପୂଜାର୍ଚ୍ଚନା କରିଥିଲେ। ଲଘୁଚାପ ବର୍ଷ ସତ୍ତ୍ୱେ ଏହି ଶୋଭାଯାତ୍ରାରେ ସଂଗଠନର ସଭ୍ୟସଭ୍ୟାମାନେ ସକ୍ରିୟ ସହଯୋଗ କରି ସଫଳ ଆୟୋଜନ କରିଥିଲେ।
କାର୍ଯ୍ୟକ୍ରମକୁ ବିକାଶ ଦଳପତି, ପ୍ରଦୀପ ପ୍ରାଧନୀ, ଭବାନୀ ଶଙ୍କର ବାହୁକ, ସନ୍ତୋଷ ପୁଝାରୀ, ରଞ୍ଜିତ ପୁଝାରୀ, କୃପାସିନ୍ଧୁ ନାୟକ, ରମନ୍ ପାତ୍ର (ଦେପୁର୍), ପୂର୍ଣ୍ଣ ଚନ୍ଦ୍ର ପାତ୍ର , ଆକାଶ ଦଣ୍ଡସେନା (ପାତ୍ରବସା), ସୁନିଲ ବିଶି, ଦିବାକର ବେହେରୁକ୍, ଦୀନବନ୍ଧୁ ପ୍ରଧାନି (ବନ୍ଧକନା), ଚିତ୍ତ ରଂଜନ ଦଳପତି, ପ୍ରମୋଦ ନାଏକ, ଶ୍ରୀକାନ୍ତ ଦଳପତି ପ୍ରମୁଖ ଶୋଭାଯାତ୍ରା କୁ ସଫଳ ଆୟୋଜନ କରିଥିଲେ।
Durga Puja