ନର୍ଲା ବିଧାନସଭା କ୍ଷେତ୍ର ଅଧୀନ ରୁପ୍ରା ବୁଥରେ ୧ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ମତଦାନ

ରୁପ୍ରା : ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ନର୍ଲା ବିଧାନସଭା କ୍ଷେତ୍ର ଅଧୀନ ରୁପ୍ରାର ବୁଥ୍ ନଂ ୪୬ ଓ ବୁଥ୍ ନଂ ୪୭ରେ ସକାଳୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସେହିପରି ବୁଥ୍ ନଂ ୪୬ରେ ପ୍ରାୟ ୨୦ ମିନିଟ୍ ବିଳମ୍ବରେ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ବୁଥ୍ ନଂ ୪୭ରେ ୧ ଘଣ୍ଟା ବିଳମ୍ବରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଭିଭି ପାଟ୍ ମସିନରେ ଅସୁବିଧା ଦେଖାଦେବାରୁ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି।

୧ ଘଣ୍ଟା ବିଳମ୍ବ ହେବାରୁ ଭୋଟର୍ ମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଟେକନିକାଲ୍ ଅସୁବିଧା ଦୂରୀଭୂତ ହେବାପରେ ମତଦାନ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର