ଲାଞ୍ଜିଗଡ଼, : ଲାଞ୍ଜିଗଡ଼ ବ୍ଲକ୍ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ମଧୁପୁର ସାନ୍ଦୁଲ ନଦୀ କୂଳରେ ଥିବା ଦେଶୀ ମଦଭାଟି ବ୍ରାଞ୍ଚର କର୍ମଚାରୀଙ୍କ ଆକ୍ରମଣରେ ଜଣେ ଯୁବକ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ମହିଳା ମଦଭାଟି ବ୍ରାଞ୍ଚ ଘରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ନିଆଁ ଯୋଗୁଁ ବ୍ରାଞ୍ଚରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ମହିଳାଙ୍କ ଆକ୍ରମଣ ଭୟରେ ଭାଟି କର୍ମଚାରୀ ରାତାରାତି ଫେରାର ହୋଇଥିବା ଜଣାପଡ଼ିଛି। ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ମଧୁପୁର ଗାଁର ଚକ୍ରଧର ମାଝୀ ଗୁରୁବାର ସନ୍ଧ୍ୟା ୭ଟାରୁ ୮ଟା ସମୟରେ ନଦୀପଟେ ଯାଇ ଫେରୁଥିବା ବେଳେ ଭାଟି ବ୍ରାଞ୍ଚକୁ ଯାଇ କୁଆଡ଼େ ମଦ ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭାଟି କର୍ମଚାରୀ କୈାଣସି ଏକ ଧାରୁଆ ଅସ୍ତ୍ରରେ ଚକ୍ରଙ୍କୁ ଆକ୍ରମଣ କରିବାରୁ ତାଙ୍କର ମୁଣ୍ଡଫାଟି ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଏ ସଂପର୍କରେ ଗାଁରେ କେହି ଜଣେ ଖବର ଦେଇଥିଲେ। ଗାଁର ମହିଳା ଗୋଷ୍ଠୀ ସଂଘବଦ୍ଧ ଭାବେ ଯାଇ ମଦଭାଟି ବ୍ରାଞ୍ଚରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଏ ନେଇ ଉଭୟ ପକ୍ଷରୁ ପୁଲିସ ଠାରେ ଏତଲା ଦିଆଯାଇଥିବା ବେଳେ ପୁଲିସ ଦୁଇଟି ମାମଲା ରୁଜୁକରି ତଦନ୍ତ କରୁଥିବା ନର୍ଲା ଥାନାଧିକାରୀ ରମଣୀ ରଞ୍ଜନ ଦଳେଇ ପ୍ରକାଶ କରିଛନ୍ତି।
ମଦଭାଟି କର୍ମଚାରୀଙ୍କ ଆକ୍ରମଣରେ ଯୁବକ ଗୁରୁତର: ଭାଟି ଜାଳିଦେଲେ ମହିଳା
/sambad/media/post_attachments/wp-content/uploads/2018/01/burning_village-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)