ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ

ଭବାନୀପାଟଣା: ବିଦ୍ୟୁତ୍‌ ଆଘାତରେ ଗୁରୁବାର ଭବାନୀପାଟଣା ସଦର ଥାନା ତଳବେଲଗାଁ ପଞ୍ଚାୟତର ରକ୍ସି ଗାଁର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଆହତ ହୋଇଥିବା ଜଣାଯାଇଛି। ରକ୍ସି ଗାଁର ଅଜୟ ମହନ୍ତଙ୍କ ସ୍ତ୍ରୀ ଚିନ୍ତା ମହନ୍ତ (୪୨) ଗୁରୁବାର ମଧ୍ୟାହ୍ନରେ ଘରେ ଲାଗିଥିବା ପାଣି ମୋଟରର ସୁଇଚ୍‌ ଦେବା ସମୟରେ ହଠାତ୍‌ କରେଣ୍ଟ ମାରିଥିଲା। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲକ୍ଷ୍ମଣ ମାଝୀଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀ (୩୫) ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିଲେ।

ସମ୍ବନ୍ଧିତ ଖବର