ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମାଟିଗାଁରେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାଙ୍କୁ ଶ୍ୱଶୁର ଘର ଲୋକେ ଘରୁ ତଡ଼ିବା ନେଇ ସଂପୃକ୍ତ ମହିଳା କଳାହାଣ୍ଡି ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଗତ ୨୦୦୦ ମସିହାରେ ଜୁନାଗଡ଼ ଥାନା ମାଟିଗାଁ କୁମପଡାରେ ଅଫିସର ଗୁରୁଙ୍କ ଦ୍ୱିତୀୟ ପୁତ୍ର ରାଜ କିଶୋର ଗୁରୁଙ୍କ ସହ ରାଜମୁକ୍ତା ଗୁରୁଙ୍କ ବିବାହ ହୋଇଥିଲା। ତାଙ୍କର ୩ଜଣ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ରାଜ କିଶୋର ଗୁରୁଙ୍କୁ ଦେହାନ୍ତ ପରେ ଶ୍ୱଶୁର ଅଫିସର ଓ ତାଙ୍କ ବଡ଼ପୁଅ ରାଜକୁମର ଦୁହେଁ ମିଶି ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ରାଜମୁକ୍ତା ଅଭିଯୋଗ କରିଛନ୍ତି। ଗତ ୧୦ ତାରିଖରେ ଶ୍ୱଶୁର ଓ ଦେଡ଼ଶୁର ଦୁହେଁ ମିଶି ଠେଙ୍ଗା ଓ ଟାଙ୍ଗିଆ ଧରି ଜୀବନରୁ ମାରିଦେବାକୁ ଆସିଥିବା ବେଳେ ରାଜମୁକ୍ତା ରାସ୍ତାରେ ଜୀବନ ଭୟରେ ଦୌଡ଼ି ପଳାଇ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ରାଜମୁକ୍ତାଙ୍କୁ ଘରୁ ତଡ଼ି ଦେଇ ତାଙ୍କ ଝିଅଙ୍କୁ ଶ୍ୱଶୁର ଘର ଲୋକେ ରଖିଛନ୍ତି। ତେଣୁ ରାଜମୁକ୍ତାଙ୍କୁ ତାଙ୍କ ଝିଅମାନଙ୍କୁ ଦେବା, ଶ୍ୱଶୁର ଏବଂ ଦେଡ଼ଶୁର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ବୁଧବାର ଏସ୍ପିଙ୍କୁ ଲିଖିତ ଅନୁରୋଧ କରିଛନ୍ତି।
ସ୍ୱାମୀଙ୍କ ଦେହାନ୍ତ ପରେ ସ୍ତ୍ରୀଙ୍କୁ ନିର୍ଯାତନା:ଏସ୍ପିଙ୍କୁ ଲିଖିତ ଅଭିଯୋଗ କଲେ ମହିଳା
/sambad/media/post_attachments/wp-content/uploads/2018/05/attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)