ମହିଳା ସୁରକ୍ଷା ଯାତ୍ରା

ଭବାନୀପାଟଣା: କଳାହାଣ୍ଡି ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଆଜି ସଂନ୍ଧ୍ୟାରେ ଭବାନୀପାଟଣା ସହରସ୍ଥିତ ମା’ ମାଣିକେଶ୍ୱରୀ ମନ୍ଦିର ଠାରୁ ଏକ ମହିଳା ସୁରକ୍ଷାଯାତ୍ରା ନିମନ୍ତେ ଶୋଭାଯାତ୍ରାରେ ବାହାରି ଗାନ୍ଧୀଛକ ଠାରେ ପହଞ୍ଚିଥିଲା। ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀରର ପୂର୍ବ ସାଂସଦ ସଙ୍ଗୀତା ସିଂଦେଓ ନେତୃତରେ ବିଜେପି ରାଜ୍ୟ ଉପସଭାପତି ନମିତା ରାଣୀ ସାହୁ, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ରଶ୍ମିରେଖା ଦାସ, ଭବାନୀପାଟଣା ସଦର ବ୍ଲକ ଅଧ୍ୟକ୍ଷା ସନ୍ତୋଷିନୀ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପଙ୍କିଜିନୀ ପଣ୍ଡା, ସରିତା ସିନ୍ଦୁର, ନିରୂପମା ସାମଲ, ପୁଷ୍ପା ତାଣ୍ଡି, ଗୁରପ୍ରିତ କୌର, ସୋଭାଗିନୀ ପାତ୍ର, ପ୍ରଭାତୀ ଜାଲ, ଭାମା ବେମାଲ, ବିନିତା ଦାସ, ବିଜେପି ଜିଲ୍ଲା ସଭାପତି ପ୍ରଦୀପ୍ତ ନାଏକ, ମିଡିଆ ସେଲର ପ୍ରଦୀପ ବିହାର ପ୍ରମୁଖ ଉଦବୋଧନ ଦେଇଥିଲେ।
କେସିଙ୍ଗା: ବିଜେପି ମହିଳା ସୁରକ୍ଷା ଯାତ୍ରା ମଙ୍ଗଳବାର କେସିଙ୍ଗାରେ ପହଞ୍ଚିଛି। ଏ ଅବସରରେ ବ୍ଲକ ଅଫିସ୍‌ ସମ୍ମୁଖରେ ଏକ ମହିଳା ସମାବେଶ କରାଯାଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ରାଜ୍ୟ ଉପସଭାପତି ସଂଗୀତା ରାଣୀ ସିଂଦେଓ ଯୋଗଦାନ କରି ରାଜ୍ୟ ସରକାର ଉପରେ ବର୍ଷିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦିକା ରଶ୍ମିରେଖା ଦାଶ, ସଦସ୍ୟା ପଙ୍କଜିନୀ ପଣ୍ଡା, ଜିଲ୍ଲା ସଭାନେତ୍ରୀ କୁନ୍ତି ପାଲ, ରାଜ୍ୟ କାଯ୍ୟର୍କାରିଣି ସଦସ୍ୟା ସରିତା ସିନ୍ଦୁର, ଜିଲ୍ଲା ପରିଷଦ ସଭ୍ୟା ନିରୁପମା ସାମଲ, ଲକ୍ଷ୍ମୀ ରେର୍ଣ୍ଣା, କାଉନସିଲର ଜୟନ୍ତୀ ଗହିର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର