ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଫେରାର

ଗୁଡ଼ଭେଲା: ତୁଷରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ବନ୍ଧୁତା କରିବା ପରେ ଫୋନରେ ଡକାଇ ଦୁଷ୍କର୍ମ କରିଥିବା ନେଇ ତୁଷରା ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନାନୁସାରେ ଗୁଡ଼ଭେଲା ବ୍ଲକର ରହେନମାଲ ଗାଁର ସୁରଜ ରଣା(୨୨) ତୁଷରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ବନ୍ଧୁତା କରିଥିଲେ। ଯୁବତୀଙ୍କ ସରଳତାର ସୁଯୋଗ ନେଇ ଯୁବକ ଜଣକ ଫୋନରେ ଖଡ଼ଙ୍ଗ ନଦୀ କୂଳକୁ ଆସିବାକୁ ଅନୁରୋଧ କରିଥିଲେ। ତେବେ ସେଠାରେ ପହଞ୍ଚିବା ପରେ ଯୁବତୀଙ୍କୁ ବନ୍ଧଗୁରା ପୋଲ ନିକଟକୁ ବୁଲିବାକୁ ନେଇଥିଲେ। ସେଠାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ଛାଡ଼ି ସୁରଜ ଫେରାର ହୋଇ ଯାଇଥିଲା। ପୀଡ଼ିତା ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇବା ପରେ ତୁଷରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ବୁଧବାର ପୀଡ଼ିତାଙ୍କୁ ବଲାଙ୍ଗୀର ନେଇ ଡାକ୍ତରୀ ମାଇନା କରାଇଥିବା ଜଣାଯାଇଛି। ଅଭିଯୁକ୍ତ ଫେରାର ଥିବା ବେଳେ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଆଇଆଇସି ପଞ୍ଚାନନ ନାଏକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର