ଧର୍ମଗଡ଼: ପୁଣି କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ନାଁରେ ଚାନ୍ଦା ଆଦାୟ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ମାଓବାଦୀଙ୍କ ନାଁରେ ବନ୍ଧୁକ ଦେଖାଇ ଜଣେ ଠିକାଦାରଙ୍କୁ ଦାଦାବଟି ଆଦାୟ ଅଭିଯୋଗରେ ଉକ୍ତ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ହେଲେ ଗୋଲାମୁଣ୍ଡା ଥାନା ପିତାଗୁଡା ଗ୍ରାମର ସୁବାସ ମାଝୀ (୩୪)। ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ପୁଲିସ।

Advertisment

publive-image

ଯୁବକଙ୍କଠାରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ଗୋଲାମୁଣ୍ଡା ପୁଲିସ। ପୂର୍ବରୁ ଏହି ଯୁବକ ପୂର୍ବରୁ ମାଓବାଦୀଙ୍କ ସହ ମିଶିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗିରଫ ଯୁବକଜଣକ ମାଓପ୍ରବଣ ଅଞ୍ଚଳ ଚୁରାପାହାଡ଼ ପାଦ ଦେଶର ହୋଇଥିବା ଜଣାଯାଇଛି। ଅନ୍ୟପଟେ ପୂର୍ବରୁ ଏହି ଅଞ୍ଚଳରେ ଅନେକ ମାଓ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା।