ଭବାନୀପାଟଣା: ଭବାନୀପାଟଣା ସହରର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଭବାନୀପାଟଣା ସହର ବାହାଦୁର ବଗିଚାପଡ଼ାର ମାନସ ପଟ୍ଟନାୟକ (୨୨)ଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।
ମାନସ ବହୁ ଦିନ ଧରି ନାବାଳିକାକୁ ଯୌନ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ଟାଉନ ଥାନାରେ ଦଫା ୩୦୭, ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଆଇଆଇସି ଯଶୋବନ୍ତ ହିଆଲ ଏହି ମାମଲାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/a.jpeg)