ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ

କୋକସରା: ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଦରଲୀପଡ଼ା ନିକଟରେ ଥିବା ଜଙ୍ଗଲ ମଧ୍ୟରେ ବାରହା ଶିକାର ପାଇଁ ବିଦ୍ୟୁତ ବିଛାଇ ଫାସ ବସା ଯାଇଥିଲା। ସେହି ଫାସରେ ପଡ଼ି ଜୟପାଟଣା ବ୍ଲକ କଦୋପଦର ଗ୍ରାମର ଗଜାନନ କଣ୍ଟା ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।

ଜଙ୍ଗଲରେ ବେଆଇନ ଭାବେ ପଶୁପକ୍ଷୀ ଶିକାର ହେଉଥିବା ବେଳେ ଜଙ୍ଗଲ ବିଭାଗର ନିଷ୍କ୍ରିୟତା ଯୋଗୁ ଶିକାରୀମାନେ ଅବାଧରେ ଜନ୍ତୁଶିକାର କରୁଛନ୍ତି। ଅଜାଣତରେ ଏହି ଫାଶରେ ପଡ଼ି ନିରୀହ ଲୋକଙ୍କ ଜୀବନ ଯାଉଛି। ଘଟଣା ପରେ କଲମପୁର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

 

ସମ୍ବନ୍ଧିତ ଖବର