କିରାସିନ ଢାଳି ଯୁବକଙ୍କ ଆତ୍ମହତ୍ୟା

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ଇରିଗେସନ କଲୋନି ଲେନ ନଂ ୧୭ରେ ରହୁଥିବା ସତ୍ୟ ଗହିରଙ୍କ ପୁଅ ଶୁଭମ (୨୦) ସୋମବାର ରାତିରେ କିରାସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଭବାନୀପାଟଣା ଟାଉନ ଥାନା ସୂତ୍ରରୁ ପ୍ରକାଶ ଯେ, ଶୁଭମ ଗତକାଲି ରାତିରେ ଖାଇବା ପୂର୍ବରୁ ଘରର ବାରିପଟେ ଯାଇଥିଲେ। ସେଠାରେ କିରାସିନ ଡାଳି ନିଆଁ ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ପରିବାର ଲୋକେ ଶୁଭମକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶୁଭମଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବାହାରକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ସ୍ଥାନାନ୍ତର ପାଇଁ ଅର୍ଥ ଯୋଗାଡ କରୁଥିବାବେଳେ ଶୁଭମର ସେଠାରେ ମୃତ୍ୟୁ ଘଟିଥିଲା। ଖବର ପାଇ ଟାଉନ ଥାନା ସବଇନ୍ସପେକ୍ଟର ଡମ୍ବରୁଧର ବତରିଆ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର