ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ:କ୍ଷତି ପୂରଣ ଦାବିରେ ୩ ଘଣ୍ଟା ରାସ୍ତାରୋକ

କେସିଙ୍ଗା: କେସିଙ୍ଗା ଥାନା ୨୬ ନଂ ଜାତୀୟ ରାଜପଥର ଘଣ୍ଟବାହଲି  ନିକଟରେ ଏକ ଅଜଣା ଗାଡ଼ି ମାଡ଼ିଯିବା ଫଳରେ ଦିଗାମ୍ବର ଚିନାଗୁଡ଼ (୨୩)ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲେ ମଧ୍ୟ କେହି ଜାଣି ନ ଥିଲେ। ସକାଳୁ ଜଣା ପଡ଼ିବା ପରେ ସ୍ଥାନୀୟ  ଲୋକ କ୍ଷତି ପୂରଣ ଦାବିରେ ୩ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ପରେ ଅତିରିକ୍ତ ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ  ବୁଝାସୁଝା କରି ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। ପରେ କେସିଙ୍ଗା ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟ ପଟେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର